Categories: ଫୁରସତ

ଆଣ୍ଟାର୍କଟିକ୍‌ ଆଇସ୍‌ ମାରାଥନ୍‌: ୮୪ ବର୍ଷୀୟ ଧାବକଙ୍କ ରେକର୍ଡ

କାନାଡା: ଆଣ୍ଟାର୍କଟିକ୍‌ ଆଇସ୍‌ ମାରାଥନ୍‌ରେ ଭାଗନେଇ ସବୁଠୁ ବୟସ୍କ ଧାବକ ହୋଇପାରିଛନ୍ତି କାନାଡାର ୮୪ ବର୍ଷୀୟ ରୟ ସ୍ବେନିଂସେନ୍‌। ଆଲବର୍ଟା ପ୍ରାନ୍ତର ରାଜଧାନୀ ଏଡମଣ୍ଟନ ନିବାସୀ ରୟ ୧୧ଘଣ୍ଟା, ୪୧ ମିନିଟ୍‌, ୫୮ ସେକେଣ୍ଡରେ ଆଇସ୍‌ ମାରାଥନ୍‌ ଦୌଡ଼ ପୂରା କରିଥିଲେ। ଶୁକ୍ରବାର ମାରାଥନ୍‌ ଲାଇନ୍‌ କ୍ରସ୍‌ କରିବା ପରେ ରୟ ଏହି ଉପଲବ୍ଧି ହାସଲ କରିଛନ୍ତି। ଆଇସ୍‌ ମାରାଥନ୍‌ର ନିର୍ଦ୍ଦେଶକ ଡୋନୋଭନ୍‌ ରୟଙ୍କ ପ୍ରଶଂସା କରିବା ସହ କହିଛନ୍ତି, ରୟଙ୍କ ଏହି ଉପଲବ୍ଧି ଆଗାମୀ ଦିନରେ ଖେଳାଳିମାନଙ୍କୁ ଉତ୍ସାହିତ କରିବ। ରୟ ପ୍ରଥମେ ୧୯୬୪ରେ କାଲଗେରୀ ମାରାଥନ୍‌ରେ ଭାଗ ନେଇଥିଲେ। ଏ ପର୍ଯ୍ୟନ୍ତ ସେ ୫ ମହାଦେଶରେ ୫୦ରୁ ଊର୍ଦ୍ଧ୍ୱ ମାରାଥନ୍‌ ଦୌଡ଼ିସାରିଛନ୍ତି। ଫିନ୍‌ଲାଣ୍ଡ ରାଜଧାନୀ ହେଲସିଙ୍କିରେ ରୟ ସବୁଠୁ ବେଶି କ୍ଷିପ୍ର ଗତିରେ ଦୌଡ଼ିଥିଲେ। ମାତ୍ର ୨ ମିନିଟ୍‌ ୩୮ ସେକେଣ୍ଡରେ ସେ ମାରାଥନ୍‌ ଦୌଡ଼ ଶେଷ କରିଥିଲେ। ଆଣ୍ଟ୍ରାଟିକ୍‌ ଆଇସ୍‌ ମାରଥନ୍‌ରେ ୧୫ ମହିଳା ଓ ୪୧ ପୁରୁଷ ପ୍ରତିଯୋଗୀ ସାମିଲ ହୋଇଥିଲେ। ବୋଷ୍ଟନ୍‌ର ଓ୍ବିଲିୟମ୍‌ ନେଫର୍ଟ ମାତ୍ର ୩ଘଣ୍ଟା ୩୪ମିନିଟ୍‌ ୧୨ ସେକେଣ୍ଡରେ ଦୌଡ଼ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଚେକ୍‌ ରିପବ୍ଲିକ୍‌ର ଲାକା ଫ୍ରାଏକୋଭା ୪ ଘଣ୍ଟା ୪୦ ମିନିଟ୍‌ ୩୮ ସେକେଣ୍ଡରେ ମାରାଥନ୍‌ ଦୌଡ଼ି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Share