ଆଣ୍ଟିଗୁଆରୁ ଭାରତର ଟେଷ୍ଟ ଚାମ୍ପିୟନଶିପ୍‌ ଅଭିଯାନ

ଆଣ୍ଟିଗୁଆ,୧୩।୬: ଆଣ୍ଟିଗୁଆର ସାର ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ୍‌ରୁ ଭାରତୀୟ ଦଳର ତା’ର ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲୁଟିସି) ଆୟୋଜନ କରିିବ। ଏଠାରେ ଆୟୋଜକ ଓ୍ବେଷ୍ଟଇଣ୍ଡିଜ ସହ ଶୀର୍ଷ ର଼୍ୟାଙ୍କଧାରୀ ଭାରତ ଅଗଷ୍ଟ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ପରବର୍ତ୍ତୀ ଟେଷ୍ଟ ମ୍ୟାଚ୍‌ ୩୦ ଅଗଷ୍ଟରୁ ୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାମାଇକାସ୍ଥିତ ସବିନା ପାର୍କଠାରେ ଅନୁଷ୍ଠିତ ହେବ। ଦୁଇଟି ଟେଷ୍ଟ ଭାରତୀୟ ଦଳର ସମ୍ପୂର୍ଣ୍ଣ ସିରିଜ୍‌ର ଅଂଶବିଶେଷ। ଟେଷ୍ଟ ବ୍ୟତୀତ ୩ ଲେଖାଏ ଟି୨୦ ଓ ଦିନିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳାଯିବ। ଆମେରିକାର ଫ୍ଲୋରିଡାଠାରେ ଭାରତର ଅଭିଯାନ ଆରମ୍ଭ ହେବ। ଅଗଷ୍ଟ ୩ ଓ ୪ ତାରିଖରେ ଦୁଇଟି ଟି୨୦ ମ୍ୟାଚ୍‌ ଖେଳାଯିବ। ୩ୟ ଟି୨୦ ଓ ପ୍ରଥମ ଦିନିକିଆ ମ୍ୟାଚ୍‌ ଯଥାକ୍ରମେ ୬ ଓ ୮ ଅଗଷ୍ଟରେ ଗୁଏନାଠାରେ ଅନୁଷ୍ଠିତ ହେବ। ଏହାପରେ ତ୍ରିନିଦାଦ୍‌ଠାରେ ବଳକା ଦୁଇଟି ଦିନିକିଆ ମ୍ୟାଚ୍‌ ୧୧ ଓ ୧୪ ତାରିଖରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦଳକୁ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଖେଳିବା ପୂର୍ବରୁ ଏକ ସପ୍ତାହ ବିଶ୍ରାମ ଦିଆଯିବ। ଏ ନେଇ କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ କାର୍ଯ୍ୟକାରୀ ମୁଖ୍ୟ ଜନ୍ନି ଗ୍ରେଭ କହିଛନ୍ତି।

Share