ପ୍ରତିଦିନ ସକାଳେ ହଳଦି ପାଣି ପିଇଲେ ବହୁ ଫାଇଦା ମିଳିଥାଏ । ହଳଦି ପାଣିରେ କରକ୍ୟୁମିନ୍ ଅଧିକ ଥିବାରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଉପଶମ କରିବାରେ ଏହା ସହାୟକ ହୁଏ। ରକ୍ତ ଶର୍କରାସ୍ତରକୁ ଏହା ସ୍ବାଭାବିକ କରିଥାଏ। ଫଳରେ ଡାଇବେଟିସ୍ ରୋଗରୁ ମୁକ୍ତି ମିଳିଥାଏ। ହଳଦି ପାଣି ପିଇବା ଦ୍ୱାରା କିଡ୍ନୀ ଏବଂ ଲିଭର ଜନିତ ରୋଗ ଆଶଙ୍କା କମ୍ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହାଦ୍ୱାରା ପେଟ ସମସ୍ୟାରୁ ମୁକ୍ତି ମିଳେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ଶରୀରକୁ ସତେଜ ରଖିବାରେ ସହାୟକ ହୋଇଥାଏ। ଅଧଗ୍ଲାସ ହଳଦି ପାଣି ନିୟମିତ ପିଇଲେ ରକ୍ତ ପରିଷ୍କାର ହୋଇଥାଏ। ଫଳରେ ମୁହଁରେ ବ୍ରଣ ଉଠି ନ ଥାଏ।