Advertisement

ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ଦାୟୀ ଜଙ୍କ୍‌ଫୁଡ୍‌

ଯଦି ଆପଣଙ୍କୁ ଜଙ୍କ୍‌ ଫୁଡ୍‌ ଖାଇବା ପସନ୍ଦ ଥାଏ, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଶରୀରରେ ଚର୍ବି ବୃଦ୍ଧି କରିବା ସାଙ୍ଗକୁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ମଧ୍ୟ ଦାୟୀ। ଖାଦ୍ୟପାନୀୟକୁ ନେଇ ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷଣା ରିପୋର୍ଟ ଅନୁସାରେ, ଜଙ୍କ୍‌ ଫୁଡ୍‌ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଆଶଙ୍କାକୁ ବଢ଼ାଇବାର ଅନ୍ୟ ଏକ ମୁଖ୍ୟ କାରଣ। ଗବେଷକଙ୍କ ଅନୁସାରେ, ପିଜା, ବର୍ଗର୍‌, ଚିପ୍ସ, ଫ୍ରେଞ୍ଚ ଫ୍ରାଇଜ୍‌, ହଟ୍‌ ଡଗ୍‌ ଭଳି ଜଙ୍କ୍‌ ଫୁଡ୍‌ ତିଆରିରେ ବ୍ୟବହୃତ ଦ୍ରବ୍ୟ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବୃଦ୍ଧି କରିବାରେ ମୁଖ୍ୟ କାରକ ସାଜିଥାନ୍ତି। ମୂଷାଙ୍କ ଉପରେ ହୋଇଥିବା ଗବେଷଣାରୁ ଏହି ତଥ୍ୟ ସ୍ପଷ୍ଟ ହୋଇଛି। ଗବେଷଣାରେ ସାମିଲ ମୂଷାଙ୍କୁ ଜଙ୍କ୍‌ ଫୁଡ୍‌ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। କିଛି ଦିନ ପରେ ଦେଖାଗଲା, ଏମାନଙ୍କ ମଧ୍ୟରୁ କେତେକ ମୋଟାପଣର ଶିକାର ହୋଇଥିବାବେଳେ ଆଉ କେତେକଙ୍କଠାରେ ଯକୃତ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ତାହା କାର୍ଟିଲେଜ୍‌କୁ ଦୁର୍ବଳ କରିବାରେ ଲାଗିଲା; ଯାହାକି ଆର୍ଥ୍ରାଇଟ୍‌ସର କାରକ ଭାବେ ଜଣାପଡିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share