ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ …

ଭାରତରେ ହଳଦୀର ବ୍ୟବହାର ମସଲା, ସୌନ୍ଦର୍ଯ୍ୟ ପ୍ରସାଧନ ତଥା ବିଭିନ୍ନ ରୋଗର ନିଦାନ ପାଇଁ କରାଯାଏ। କିନ୍ତୁ ଜାଣନ୍ତି ହଳଦୀ ମାରାମତ୍କ କ୍ୟାନସର୍‌ ରୋଗକୁ ମଧ୍ୟ କିଛି ମାତ୍ରାରେ ହ୍ରାସ କରିବାର ଗୁଣ ବହନ କରିଛି। ହଳଦୀରେ ଜଳ, ପ୍ରୋଟିନ୍‌, ଖଣିଜପଦାର୍ଥ, ଫାଇବର୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌, କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ୍‌, ଫସ୍‌ଫରସ୍‌, ଆଇରନ୍‌, ଓମେଗା ୩ ଏବଂ ଓମେଗା ୬ ଫାଟି ଏସିଡ୍‌, ଭିଟାମିନ୍‌ ଏ, ଭିଟାମିନ୍‌ ବି, ଭିଟାମିନ୍‌ ସି ଭଳି ତତ୍ତ୍ୱ ତଥା କ୍ୟାଲୋରୀ ଭରପୂର୍‌ ରହିଛି। ହଳଦୀରେ ଥିବା କରକୁମିନ୍‌ କ୍ୟାନସର ଚିକିତ୍ସାରେ ବେଶ୍‌ ସହାୟ ହୋଇଥାଏ। ଆୟୁର୍ବେଦରେ ହଳଦୀକୁ ଏକ ମହତ୍ତ୍ୱପୂର୍ଣ୍ଣ ଔଷଧ ରୂପେ ବିବେଚିତ କରାଯାଇଛି। ବିଭିନ୍ନ ଗବେଷଣାରୁ ମଧ୍ୟ ପ୍ରମାଣିତ ହୋଇଛି କ୍ୟାନସର୍‌ ଚିକିତ୍ସା କ୍ଷେତ୍ରରେ ଏହା ଲାଭପ୍ରଦାନ କରିଥାଏ। ଏଥିରେ ପ୍ରଭାବଶାଳୀ ଉପଚାର ଶକ୍ତି ରହିବା ସହ ସ୍ବାସ୍ଥ୍ୟ ପାଇଁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। କୌଣସି ପ୍ରକାର ସ୍ବାସ୍ଥ୍ୟ ପାର୍ଶ୍ୱପ୍ରତିକ୍ରିୟା ଏଥିରେ ନ ଥାଏ। ଏହା ସବୁଠୁ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ୍‌ ଯାହା କ୍ୟାନସର୍‌ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ। ହଳଦୀ କ୍ୟାନସର୍‌ ଜୀବାଣୁର ସଂକ୍ରମଣ ମାତ୍ରା କମ୍‌ କରିବାରେ ସାହାଯ୍ୟ କରେ। ହଳଦୀ ଆପଣ ପେଟ ପାଇଁ ଲାଭକାରୀ ଅଟେ। ଏହା ପିତ୍ତକୋଷରୁ ପିତ୍ତ ରସ ଉତ୍ପନ୍ନ କରି ଶକ୍ତି ପ୍ରଦାନ କରିଥାଏ। ପିତ୍ତରସ ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ହଳଦୀରେ ଆଣ୍ଟି-ଇଫ୍ଲେମେଟ୍ରି ଗୁଣ ରହିଛି। ଏହା ଶରୀରକୁ ଅନେକ ସଂକ୍ରାମକ ରୋଗ ଠାରୁ ରକ୍ଷା କରିଥାଏ। ଆଣ୍ଠୁଗଣ୍ଠି ବିନ୍ଧା ହେଉଥିବା ବ୍ୟକ୍ତିମାନେ ଉଷୁମ ପାଣିରେ ହଳଦୀ ମିଶାଇ ନିୟମିତ ପିଇବା ଉଚିତ। ଏପରି କରିବା ଦ୍ବାରା ବିନ୍ଧାରୁ ମୁକ୍ତି ମିଳିଥାଏ।