ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇଁ…

ଆଗରୁ ବୟସ ବଢିଲେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଉଥିଲା। ହେଲେ ଏବେ ଏହା ଯୁବପିଢିଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳିଲାଣି। କେତେ ଗୁଡିଏ ଘରୋଇ ଉପଚାର ମାଧ୍ୟମରେ ସହଜରେ ଏହି ଯନ୍ତ୍ରଣାକୁ ଲାଘବ କରାଯାଇ ପାରିବ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି।

ବ୍ରୋକୋଲି: ବ୍ରିଟେନର ୟୁନିଭର୍ସିଟି ଅଫ୍‌ ଏଷ୍ଟ ଏଞ୍ଜେଲିଆର ଗବେଷକଙ୍କ ମତରେ ବ୍ରୋକୋଲି ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ସମସ୍ୟା ଦୂର ହାଇଥାଏ। ଏଥିରେ ଥିବା କ୍ୟାଲସିୟମ, କାବ୍ରୋହାଇଡ୍ରେଟ୍ସ, ପ୍ରୋଟିନ୍‌, ଆଇରନ୍‌, ଭିଟାମିନ୍‌ ଏ ଓ ସି, କ୍ରୋମିୟମ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଫଳରେ ବହୁଦିନ ଧରି ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଥାଏ।

ରସୁଣ: ଆଣ୍ଠୁଗଣ୍ଠି ସମସ୍ୟା ଭୋଗୁଥିବା ବ୍ୟକ୍ତି ନିୟମିତ ଭାବେ ଖାଦ୍ୟରେ ରସୁଣ ସାମିଲ କରିବା ଭଲ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ, ଆଣ୍ଟି ଫଙ୍ଗାଲ, ଆଣ୍ଟି ବାୟୋଟିକ୍‌ ଓ ଆଣ୍ଟି ଇନଫ୍ଲାମେଣ୍ଟୋରି ଗୁଣ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ଦେଇଥାଏ।

ବଥୁଆ: ବଥୁଆ ଶାଗକୁ ଖାଦ୍ୟରେ ସାମିଲ କରିବା ସହ ନିୟମିତ ଏହାର ରସ ପିଇଲେ ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଥାଏ। ତେବେ ନିୟମିତ ଭାବେ ଏହାକୁ ୩ ମାସ ପିଇଲେ ଭଲ ଫଳ ମିଳିଥାଏ। ମୁଖ୍ୟକଥା ହେଲା ଏହି ରସରେ କିଛି ମିଶାଇ ପିଇବା ଅନୁଚିତ।

ହଳଦୀ: ହଳଦୀରେ ରହିଛି କରକ୍ୟୁମିନ ନାମକ ଏକ ତତ୍ତ୍ୱ। ଯାହା ରୋଗ ସୃଷ୍ଟିକାରୀ ଜୀବାଣୁ ବା ବ୍ୟାକ୍ଟେରିଆଙ୍କୁ ମାରି ଦେଇଥାଏ। ତେଣୁ ନିୟମିତ ଏହାକୁ ଖାଇଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳିଥାଏ।

ଓମେଗା ୩ ଫ୍ୟାଟି ଏସିଡ୍‌: ଏହା ସାଧାରଣତଃ ମାଛରୁ ମିଳିଥାଏ। କେତେଗୁଡିଏ ନିର୍ଦ୍ଦିଷ୍ଟମାଛ ସହ ମାଛ ତେଲ ବ୍ୟବହାର କଲେ ଶରୀରକୁ ଓମେଗା ୩ ଫ୍ୟାଟି ଏସିଡ୍‌ ମିଳିଥାଏ। ଏହା ଆଣ୍ଠୁଗଣ୍ଠି ସମସ୍ୟାପାଇଁ ଭଲ କାମ ଦେଇଥାଏ।

Share