Advertisement

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି; ଆର୍ଥ୍ରାଇଟ୍ସ, ଏସୋପ୍ଟିକ୍‌ ନେକ୍ରୋସିସ୍‌, ଗଣ୍ଠି ସଂକ୍ରମଣ, ଟ୍ୟୁମର୍‌, ଆଷ୍ଟିଓକୋଡ୍ରାଇଟ୍ସ ଇତ୍ୟାଦି। ଅନେକ ସମୟରେ ଏହି ଯନ୍ତ୍ରଣାରୁ ରକ୍ଷାପାଇବାକୁ ଔଷଧ ସେବନ କରିବାକୁ ପଡ଼ିଥାଏ ଏଥିରେ ଉପଶମ ନ ହେଲେ ଅସ୍ତ୍ରୋପଚାର ଶେଷ ରାସ୍ତା ଥାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ, ଏଭଳି ମାରାମତ୍କ ଯନ୍ତ୍ରଣା ଉପଶମ ଔଷଧ ଉପାୟ ଘର ଭିତରେ ରହିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ମେଥି ଶାଗ ଗଣ୍ଠି ଯନ୍ତ୍ରଣାରୁ ଲାଘବ ଦେବାରେ ବେଶ୍‌ ସହାୟକ ହୋଇଥାଏ। ମେଥି ଶାଗରେ ପ୍ରୋଟିନ୍‌, ଫାଇବର୍‌ ଏବଂ ଆଇରନ୍‌ ପ୍ରଚୁର ମାତ୍ରାରେ ମିଳିଥାଏ। ଏଥିରେ ଥିବା ଆଣ୍ଟି ଇନ୍‌ଫ୍ଲାମେଟରୀ ଗୁଣ ଶରୀରର ବିଭିନ୍ନ ଯନ୍ତ୍ରଣା ନିମିଷକେ ଦୂର ହୋଇଥାଏ। ମେଥି ଶାଗରେ ଆଣ୍ଟି ଅକ୍ସିଡାଣ୍ଟ୍‌ ଭରପୂର୍‌ ଥାଏ। ଏହାଛଡ଼ା ମେଥି ଦାନାରେ ପେଟ୍ରୋଲିୟମ୍‌ ଇଥର ଏକ୍ସଟ୍ରାକ୍ଟ ନାମକ ଯୌଗିକ ରହିଥାଏ, ଯେଉଁଥିରେ ମୁଖ୍ୟ ରୂପରେ ଲିନୋଲିକ୍‌ ଏସିଡ୍‌ ଏବଂ ଲିନୋଲେନିକ୍‌ ଏସିଡ୍‌ ସାମିଲ ଥାଏ। ଏହାର ସେବନ ଦ୍ୱାରା ଆଣ୍ଠୁଗଣ୍ଠି ଏବଂ ମେରୁଦଣ୍ଡରେ ହେଉଥିବା ଅସହନୀୟ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel