ଆଣ୍ଡାମାନ ଫେରିଲେ ନାବିକ ଅମ୍ରିତ

ପୁରୀ ଅଫିସ, ୩୧ା୧୦: ସମୁଦ୍ର ମଧ୍ୟରେ ସାଥୀଙ୍କୁ ହରାଇବା ସହ ପଥ ହୁଡ଼ି ୫୭ଦିନ ଧରି ଜୀବନ ସହ ସଂଘର୍ଷ କରି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଖିରିସାହି ଉପକୂଳରେ ପହଞ୍ଚିଥିବା ଆଣ୍ଡାମାନର ନାବିକ ଅମ୍ରିତ କୁଜୁର(୩୬) ନିଜ ଘରକୁ ଫେରିଯାଇଛନ୍ତି। ବୁଧବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଡେପୁଟି କଲେକ୍ଟର ସୁମନ୍ତ କର ତାଙ୍କୁ ବିଦାୟ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା ଅମ୍ରିତଙ୍କୁ ସାଥିରେ ନେଇ ଭୁବନେଶ୍ୱର ଯାଇଥିଲେ। ସନ୍ଧ୍ୟାରେ ଭୁବନେଶ୍ୱରରୁ ଉଭୟେ ବିମାନରେ କୋଲକାତା ଯାଇଛନ୍ତି। ଗୁରୁବାର ସକାଳେ କୋଲକାତାରେ ଅମ୍ରିତଙ୍କୁ ପୋର୍ଟବ୍ଲେୟାର ବିମାନରେ ବସାଇ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୁରୀ ଫେରିଆସିବେ। ଅତିରିକ୍ତ ଜିଲାପାଳ କହିଛନ୍ତି, ଜିଲାପାଳ ବଲୱନ୍ତ ସିଂ ସେଠାକାର ଜିଲାପାଳଙ୍କ ସହ କଥା ହୋଇଛନ୍ତି। ପୋର୍ଟବ୍ଲେୟାରରେ ଅମ୍ରିତ ପହଞ୍ଚତ୍ବା ପରେ ସେଠାକାର ପ୍ରଶାସନ ତାଙ୍କୁ ତାଙ୍କ ଘରେ ଛାଡ଼ିବା ଲାଗି ବ୍ୟବସ୍ଥା କରିଛନ୍ତି।

Share