Categories: ଜାତୀୟ

ଆତଙ୍କବାଦକୁ ମୂଳପୋଛ କରିବାକୁ ଆମେରିକା ଭଳି ମଡେଲ ଆପଣେଇବାକୁ ପଡିବ: ବିପିନ ରାଓ୍ବତ

ନୂଆଦିଲ୍ଲୀ,୧୬।୧: ରାୟସିନା ଡାଏଲଗର ତୃତୀୟ ଦିନରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଗୁରୁବାର ଦିଲ୍ଲୀରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ଆତଙ୍କବାଦକୁ ନେଇ କଥା ହୋଇଛନ୍ତି। ସେ କହିଛନ୍ତି ଆତଙ୍କବାଦକୁ ମୂଳପୋଛ କରିବାକୁ ହେଲେ ଆମକୁ ଆମେରିକା ଭଳି ମଡେଲ ଆପଣାଇବାକୁ ପଡିବ। ୯/୧୧ ପରେ ଆମେରିକା ଯେମିତି କରିଥିଲା ସେମିତି କରିବାକୁ ପଡିବ ବୋଲି ରାଓ୍ବତ କହିଛନ୍ତି। ଆତଙ୍କବାଦ ବିରୋଧରେ ଚାଲିଥିବା ଲଢେଇ ଜାରି ରହିଛି ବୋଲି ରାଓ୍ବତ କହିଛନ୍ତି। ଯେଉଁପର୍ଯ୍ୟନ୍ତ ଆତଙ୍କବାଦକୁ ପ୍ରୟୋଜିତ କରୁଥିବା ଦେଶ ରହିଥିବେ ସେପର୍ଯ୍ୟନ୍ତ ଆମକୁ ଆତଙ୍କବାଦର ସମ୍ନା କରିବାକୁ ପଡିବ। ତେଣୁ ଆମକୁ ନିର୍ଣ୍ଣାୟକ ଢଙ୍ଗରେ ଏହାର ମୁକାବିଲା କରିବାକୁ ପଡିବ ବୋଲି ରାଓ୍ବତ କହିଛନ୍ତି।

Share