Categories: ଜାତୀୟ

ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶକୁ ଏକଘରିଆ କରିବା ଆବଶ୍ୟକ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୫: ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶକୁ ଏକଘରିଆ କରିବାର ଆବଶ୍ୟକତା ରହିିଛି। ଏନେଇ ପୃଥିବୀର ସମସ୍ତ ଦେଶ ଏକତ୍ରିତ ହେବା ଉଚିତ ବୋଲି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଗୁରୁବାର କହିଛନ୍ତି। ମେ ୨୧ ଆତଙ୍କବାଦ ନିରୋଧୀ ଦିବସ ଅବସରରେ ସେ ଏଭଳି ମତପୋଷଣ କରିଛନ୍ତି। ଆତଙ୍କବାଦ ବିରୋଧରେ ଲଢ଼େଇ କରି ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆତଙ୍କବାଦ ମନୁଷ୍ୟ ସମାଜର ଶତ୍ରୁ। ସୁରକ୍ଷାକର୍ମୀ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିତ୍ଛନ୍ତି। ଏପରିସ୍ଥଳେ ସମଗ୍ର ମାନବ ସମାଜ ମଧ୍ୟ ଏଭଳି ଚିନ୍ତାଧାରା ବିରୋଧରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଥିବା ଉପରାଷ୍ଟ୍ରପତି କହିଛନ୍ତି।

Share