Categories: ଜାତୀୟ

ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ

ଶ୍ରୀନଗର,୫।୨: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ଘେରିଛନ୍ତି। ସ୍ଥାନୀୟ ଶ୍ରୀନଗରର ପାରିମ୍‌ ପୋରା ଚେକ୍‌ ପୋଷ୍ଟ ନିକଟରେ ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌ ହୋଇଛନ୍ତି। ଜଣେ ଆତଙ୍କବାଦୀଙ୍କୁ ଗୁରୁତର ଅବସ୍ଥାରେ ଗିରଫ କରାଯାଇଛି। କେତେକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଏହି ଘଟଣା ପରେ ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ସର୍ଚ୍ଚ ଅପରେଶନ ଜାରି ରହିଥିବା ଜମ୍ମୁ-କଶ୍ମୀର ଡିଜିପି ଦିଲ୍‌ବାଗ୍‌ ସିଂ ସୂଚନା ଦେଇଛନ୍ତି। ୩ ଆତଙ୍କବାଦୀ ସ୍କୁଟିରେ ଆସି ଆକ୍ରମଣ କରିଥିବା ସେ କହିଛନ୍ତି।

Share