ଆତଙ୍କବାଦୀଙ୍କୁ ସହାୟତା: ପାକିସ୍ତାନକୁ ଚେତାବନୀ ଦେଲା ବ୍ରିଟେନ୍‌

ଲଣ୍ଡନ,୧୬।୧: ପାକିସ୍ତାନ ଆତଙ୍କବାଦୀଙ୍କୁ ସହାୟତା ଜାରି ରଖିଛି। ଏନେଇ ବ୍ରିଟେନ୍‌ ପକ୍ଷରୁ ଗୁରୁବାର ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ଆତଙ୍କବାଦ ବିରୋଧରେ ପାକିସ୍ତାନ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ଅଗାମୀ ଦିନରେ ଫାଇନାନ୍ସିଆଲ ଆକ୍ସନ୍‌ ଟ୍ୟାସ୍କ୍‌ ଫୋର୍ସ(ଏଫ୍‌ଏଟିଏଫ୍‌) ପକ୍ଷରୁ କଡ଼ା କଟକଣା ଜାରି କରାଯିବ ବୋଲି ବ୍ରିଟେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଗାରେଥ୍‌ ବେଲେ ସୂଚନା ଦେଇଛନ୍ତି। ପାକିସ୍ତାନ ବିରୋଧରେ ଏସମ୍ପର୍କିତ ସମସ୍ତ ତଥ୍ୟ ଏଫ୍‌ଏଟିଏଫ୍‌ ବୈଠକରେ ଉପସ୍ଥାପନ କରାଯିବ। ଆତଙ୍କବାଦୀ ସଂଗଠନ ପାକିସ୍ତାନରେ ରହି କାର୍ଯ୍ୟ କରୁଥିବା ପ୍ରମାଣିତ ହୋଇଛି। ଏହାଯୋଗୁ ଦକ୍ଷିଣ ଏସିଆ ଅଞ୍ଚଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଥିବା ଗାରେଥ୍‌ କହିଛନ୍ତି।

Share