Categories: ଜାତୀୟ

ଆତଙ୍କବାଦୀଙ୍କ ଗୁଳିରେ ଠିକାଦାର ମୃତ

ଶ୍ରୀନଗର,୧୦ା୨(ପି.ଟି.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ରବିବାର ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ସାଧାରଣ ନାଗରିକ ନିହତ ହୋଇଛନ୍ତି। ସେ ହେଲେ ତ୍ରାଲ ଅଞ୍ଚଳର ଠିକାଦାର ଗୁଲାମନବୀ ମୀର। ୫୫ ବର୍ଷୀୟ ଗୁଲାମନବୀ ସନ୍ଧ୍ୟା ୭ଟା ୩୦ରେ ପାୟିନସ୍ଥିତ ତାଙ୍କ ଘର ବାହାରେ ଥିବାବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

Share