Categories: ଜାତୀୟ

ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଶହୀଦ

ଶ୍ରୀନଗର,୨୧ା୫: ଜମ୍ମୁ-କଶ୍ମୀରର ଶ୍ରୀନଗର ଉପକଣ୍ଠ ପଣ୍ଡାଚ ଅଞ୍ଚଳରେ ବୁଧବାର ଆତଙ୍କବାଦୀଙ୍କ ଗୁଳିମାଡ଼ରେ ବିଏସ୍‌ଏଫ୍‌ର ୨ ଜଣ ଯବାନ ଶହୀଦ ହୋଇଛନ୍ତି। ପିକେଟିଂ କରୁଥିବା ଯବାନଙ୍କ ଉପରକୁ ମୋଟରସାଇକେଲରେ ଆସିଥିବା ଆତଙ୍କବାଦୀ ଗୁଳି ଚଳାଇଥିଲେ। ଆହତ ଦୁଇ ଯବାନଙ୍କୁ ସୌରାସ୍ଥିତ ଏସ୍‌କେଆଇଏମ୍‌ଏସ୍‌ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପହଞ୍ଚତ୍ବା ପୂର୍ବରୁ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।

Share