Categories: ଜାତୀୟ

ଆତଙ୍କବାଦୀଙ୍କ ଟାର୍ଗେଟରେ ଅମରନାଥ ଯାତ୍ରୀ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀଗନର, ୨୮।୬: ଜୁଲାଇ ୧ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦ ଆକ୍ରମଣ ସମ୍ଭାବନା ଥିବା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣ ଯୋଜନା କରାଯାଇଥିବା ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି। ଜମ୍ମୁ-କଶ୍ମୀରର ଗନ୍ଦରବଳ, ମଗାମ ଏବଂ କଙ୍ଗନ ଭଳି ପାହାଡିଆ ଇଲାକାରେ ଆତଙ୍କବାଦୀମାନେ ପୂର୍ବରୁ ଲୁଚି ରହିଥିବା ସୂଚନା ମିଳିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍‌ କରାଯାଇଛି। ଯେପରି ଯାତ୍ରୀମାନେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ ସେନେଇ ଦୃଷ୍ଟି ଦିଆଯାଉଛି। ସୂଚନାଯୋଗ୍ୟ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଜମ୍ମୁ-କଶ୍ମିର ଗସ୍ତରେ ଯାଇଇ ସୁରକ୍ଷା ବ୍ୟବସ୍ଥା ଉପରେ ଆଲେଚନା କରିଛନ୍ତି।

Share