ଶ୍ରୀନଗର, ୧୮।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହେବାର ସୂଚନା ମିଳିବା ପରେ ପୁଣି ଥରେ ମୋବାଇଲ-ଇଣ୍ଟରନେଟ ସେବା ଉପରେ ରୋକ ଲଗାଇଛି ପ୍ରଶାସନ। ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ର ବିରୋଧୀ ଉଲଂଘନ କରୁଥିବାବେଳେ ଭାjରତକୁ ଆତଙ୍କବାଦୀଙ୍କ ପ୍ରବେଶ ସୂଚନା ମିଳିବା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଶନିବାର ସକାଳେ ହିଁ ଜମ୍ମୁ କଶ୍ମୀରର ୧୦୦ଟି ଟେଲିଫୋନ ଏକ୍ସଚେଞ୍ଜରୁ ୧୭ଟି ଏକ୍ସଚେଞ୍ଜକୁ ସକ୍ରିୟ କରାଯାଇଥିଲା। ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଏହାପରେ ଜମ୍ମୁ କଶ୍ମୀରରେ ସୁରକ୍ଷା କାରଣରୁ ୧୪୪ ଧାରା ଲାଗୁ କରାଯିବା ସହିତ ଫୋନ ଏବଂ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଥିଲା।