Categories: ଖେଳ

ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ କ୍ରିକେଟ ଦଳ: ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ,୨୦।୧୦: ଆସନ୍ତା ନଭେମ୍ବର ୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଦିଲ୍ଲୀରେ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଆତଙ୍କବାଦୀଙ୍କ ନଜର ଭାରତୀୟ ଖେଳାଳିଙ୍କ ଉପରେ ପଡିଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ମିଳିଥିବା ଏକ ରିପୋର୍ଟ ମୁତାବକ ଅଧିନାୟକ ବିରାଟ କୋହଲି ଓ ଦଳର ସଦସ୍ୟମାନଙ୍କ ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଷଡଯନ୍ତ୍ର ରଚିଛନ୍ତି। ଏହାପୂର୍ବରୁ ଦିଲ୍ଲୀର କୋଟଲା ଷ୍ଟାଡିୟମ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ଚିଠି ଏନଆଇଏକୁ ମିଳିବା ପରେ ଏହାର ଏକ କପି ବିସିସିଆଇ ପାଖକୁ ପଠାଇ ଦେଇଛି। କେରଳର କୋଝିକୋଡରେ ଥିବା ଅଲ ଇଣ୍ଡିଆ ଲସ୍କର ନାମକ ଆତଙ୍କବାଦୀ ସଂଗଠନ ଆକ୍ରମଣ କରିବାର ଆଶଙ୍କା ରହିଛି।

Share