Categories: ଜାତୀୟ

ଆତଙ୍କବାଦୀଙ୍କ ପ୍ରତି ସହାନୁଭୁତି ରଖୁଥିବା ଲୋକେ ଅନୁଚ୍ଛେଦ ୩୭୦ ଉଚ୍ଛେଦର କରୁଛନ୍ତି ବିରୋଧ: ମୋଦି

ନୂଆଦିଲ୍ଲୀ,୧୪।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ଦେଶର ହିତ ପାଇଁ କରାଯାଇଛି। ତେବେ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି। ଏଭଳି ଲୋକଙ୍କର ଆତଙ୍କବାଦୀଙ୍କ ପ୍ରତି ସହାନୁଭୁତି ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି। ଏକ ସାକ୍ଷାତ୍‌କାରରେ ମୋଦି ଏଭଳି ମନ୍ତବ୍ୟ ଦେଇଛନ୍ତି। ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଉଥିବା କିଛି ଲୋକ ଏହାର ବିରୋଧ କରୁଛନ୍ତି। ତେବେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଦ୍ୱାରା ଜମ୍ମୁ-କଶ୍ମୀର ସହିତ ଲଦାଖର ବିକାଶ ସମ୍ଭବ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share