Categories: ଜାତୀୟ

ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ବିଫଳ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୧।୧୨: ଭାରତରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଆତଙ୍କବାଦୀଙ୍କ ଏକ ଷଡ଼ଯନ୍ତ୍ର ବିଫଳ ହୋଇଛି। ଜମ୍ମୁ-କଶ୍ମୀରର ସୋପୋରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ୩୨ ରାଷ୍ଟ୍ରୀୟ ରାଇଫଲସ୍‌, ସ୍ପେଶାଲ ଅପରେଶନ୍‌ ଗ୍ରୁପ୍‌ ଏବଂ ସିଆର୍‌ପିଏଫ୍‌ ୯୨ ବାଟାଲିୟନ୍‌ ଯବାନଙ୍କ ମିଳିତ ସର୍ଚ୍ଚ ଅପରେଶନ୍‌ରେ ସ୍ଥାନୀୟ ଦାଲରି ଜଙ୍ଗଲରୁ ଏହି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

Share