Categories: ଜାତୀୟ

ଆତଙ୍କବାଦୀଙ୍କ ସହ କଂଗ୍ରେସର ବରିଷ୍ଠ ନେତାଙ୍କ ସମ୍ପର୍କକୁ ନେଇ ସମନ ଜାରି କଲା ଏନ୍‌ଆଇଏ

ଶ୍ରୀନଗର,୧୦।୨: ଜମ୍ମୁ-କଶ୍ମୀରରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ମହମ୍ମଦ ସରୁରୀଙ୍କର ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ନେଇ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍‌ଆଇଏ)କୁ ସୂଚନା ମିଳିଛି। ଏନେଇ ପଚରାଉଚୁରା ପାଇଁ ସୋମବାର ଗୁଲାମଙ୍କୁ ଏନ୍‌ଆଇଏ ପକ୍ଷରୁ ସମନ ଜାରି କରାଯାଇଛି। ଏହାପୂର୍ବରୁ କଂଗ୍ରେସର ରାଜ୍ୟ ଉପାଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଗୁଲାମଙ୍କ ଭାଇ ମହମ୍ମଦ ଶଫି ସରୁରୀଙ୍କ ଉପରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସହ ସମ୍ପର୍କ ଥିବା ନେଇ ଅଭିଯୋଗ ହୋଇଥିଲା। ସେତେବେଳେ ସେ ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଥିଲେ।

Share