ଆତଙ୍କବାଦୀ ଆକ୍ରମଣଠାରୁ ଅଧିକ ଭୟଙ୍କର କରୋନା ସଂକ୍ରମଣ: ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୩୦।୪: ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ପୃଥିବୀରେ ୩୨ ଲକ୍ଷ ୧୯ ହଜାର ୪୨୪ ଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେହିପରି ମୃତକଙ୍କ ସଂଖ୍ୟା ୨ ଲକ୍ଷ ୨୮ ହଜାର ୧୯୭ ଛୁଇଁଛି। ୧୦ ଲକ୍ଷ ୨୯୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଲୋକଙ୍କ ଆତଙ୍କବାଦୀ ଆକ୍ରମଣଠାରୁ କରୋନା ସଂକ୍ରମଣ ଅଧିକ ଭୟଙ୍କର ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଏହାଯୋଗୁ ସାରା ପୃଥିବୀର ରାଜନୈତିକ,ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା କଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍‌ ଗେବ୍ରିୟେସସ୍‌ କହିଛନ୍ତି। କରୋନା ମୁକାବିଲା ପାଇଁ ସମଗ୍ର ମାନବ ଜାତି ଏକଜୁଟ ହେବାର ଆବଶ୍ୟକତା ରହିଛି। ଏହାଦ୍ୱାରା ନୂଆ ଇତିହାସ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି।

Share