Categories: ଜାତୀୟ

ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ନେଇ ଡୋଭାଲଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ,୧୦।୧୧: ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବାର ୨୪ ଘଣ୍ଟା ନ ପୂରୁଣୁ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ଘରେ ବସିଛି ଏକ ସ୍ବତନ୍ତ୍ର ବୈଠକ। ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଭାରତରେ ବଡ ଧରଣର ଆକ୍ରମଣ ଯୋଜନା କରୁଥିବା ସୂଚନା ମିଳିବା ପରେ ୫ ଜନପଥ ରୋଡରେ ଏହି ବୈଠକ ବସିଥିବା ସୂଚନା ମିଳିଛି। ଏଥିରେ ମୁସଲିମ ପକ୍ଷର ଶିୟା ଓ ସୁନ୍ନି ଧର୍ମଗୁରୁଙ୍କ ବ୍ୟତୀତ ଜମିୟତ ଉଲେମା ଏ ହିନ୍ଦ, ଦାରୁଲ ଓଲୁମ ସେମିତି ହିନ୍ଦୁ ପକ୍ଷରୁ ଅଯୋଧ୍ୟାସହ ଜଡିତ ଧର୍ମଗୁରୁ, ପତଞ୍ଜଳୀ ଯୋଗ ସଂସ୍ଥାର ବାବା ରାମଦେବ ଓ ସ୍ବାମୀ ପରମାତ୍ମାନନ୍ଦ ଆଦି ଯୋଗ ଦେଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡୋଭାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଗୋଇନ୍ଦା ସଂସ୍ଥାର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ବିଭିନ୍ନ ଗୋଇନ୍ଦା ସଂସ୍ଥା ପକ୍ଷରୁ ଭାରତରେ ଆତଙ୍କବାଦୀ ଆକ୍ରମଣର ସୂଚନା ଏହାର ମୁଖ୍ୟ ପ୍ରସଙ୍ଗ ହୋଇଥିବା କୁହାଯାଉଛି।

Share