ବେଙ୍ଗାଲୁରୁ,୧୮ା୮(ପି.ଟି.): ଦକ୍ଷିଣ ଭାରତୀୟ ରାଜ୍ୟ କର୍ନାଟକରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ସେଠାର ବୃହତ୍ ସହରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ଗଳିକନ୍ଦିଗୁଡିକରେ ବ୍ୟାପକ ପୋଲିସ ଓ ଅର୍ଦ୍ଧସାମରିକ ଯବାନ ମୁତୟନ କରାଯିବା ସହ ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ସହାୟତାରେ ଜୋରଦାର ଯାଞ୍ଚ କରାଯାଉଛି। ସମସ୍ତ ପୋଲିସ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଗୋଇନ୍ଦା ସୂଚନା ଆଧାରରେ ବିଭିନ୍ନ ସହରର ଜନଗହଳି ସ୍ଥାନ, ବସ୍ଷ୍ଟାଣ୍ଡ, ରେଳଷ୍ଟେଶନ, ମାର୍କେଟ, ମଲ୍, ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବଢ଼ାଇଦିଆଯାଇଛି। ବେଙ୍ଗାଲୁରୁ ସମେତ ହୁବଲି-ଧରଓ୍ବାଡ, କଲାବୁରଙ୍ଗି, ଚାଇଚୁର, ଚିତ୍ରଦୁର୍ଗ, ମାଙ୍ଗାଲୁରୁ, ମହୀଶୂର, ତୁମକୁରୁ ଆଦି ସହରକୁ ହାଇ ଆଲର୍ଟରେ ରଖାଯାଇଛି। ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।