Categories: ଜାତୀୟ

ଆତଙ୍କବାଦୀ ଆକ୍ରମଣ ସୂଚନା: ପଞ୍ଜାବରେ ହାଇ ଆର୍ଲଟ

ଚଣ୍ଡିଗଡ଼,୧୨।୧୦: ଆତଙ୍କବାଦୀ ଆକ୍ରମଣ ସୂଚନା ମିଳିବା ପରେ ପଞ୍ଜାବରେ ହାଇ ଆର୍ଲଟ ଜାରି କରାଯାଇଛି। ଚଣ୍ଡିଗଡ଼, ପଠାନକୋଟ, ଗୁରୁଦାସପୁର ଓ ଅମୃତସରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୋଇନ୍ଦା ରିପୋର୍ଟ ମିଳିବା ପରେ ଏସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତ-ପାକିସ୍ତାନ ସୀମାରେ ଡ୍ରୋନ୍‌ ମିଳିବା ଏବଂ ଖଲିସ୍ତାନ ଜିନ୍ଦାବାଦ୍‌ ଫୋର୍ସର ଆତଙ୍କବାଦୀଙ୍କ ସହିତ ଥିବା ସମ୍ପର୍କର ପର୍ଦ୍ଦାଫାଶ୍‌ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ୩ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବା ସହିତ ୧୧୩ ଜଣ ଡିଏସ୍‌ପିଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ୱ ଦିଆଯାଇଛି। ଘର-ଘର ବୁଲି ସର୍ଚ୍ଚ ଅପରେଶନ ଜାରି ରହିଛି। ଏହା ସହିତ ସ୍ଥାନୀୟ ଜଙ୍ଗଲ ଏବଂ ସୀମାରେ ଘେରାବନ୍ଦୀ ଆରମ୍ଭ ହୋଇଛି। ସର୍ଚ୍ଚ ଅପରେଶନ୍‌ ୩ ଦିନ ଚାଲିବ ବୋଲି କୁହାଯାଉଛି।

Share