ଆତଙ୍କବାଦୀ-ବିଛିନ୍ନତାବାଦୀଙ୍କୁ ଖାତିର ନାହିଁ: ଅନନ୍ତନାଗରେ ଶହଶହ ସଂଖ୍ୟାରେ ଭୋଟର ମତଦାନ ଅଧିକାର କଲେ ସାବ୍ୟସ୍ତ

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀର ଅନନ୍ତନାଗ ଲୋକ ସଭା ଆସନ ପାଇଁ ଶହ ଶହ ସଂଖ୍ୟାରେ ଭୋଟର ମଙ୍ଗଳବାର ଭୋଟ ଦେଇଛନ୍ତି। ଏଠାରେ ଆତଙ୍କବାଦୀ ଏବଂ ବିଛିନ୍ନତାବାଦୀଙ୍କୁ ଖାତିର ନ କରି ସକାଳୁ ମତଦାନ କେନ୍ଦ୍ର ସମ୍ମୁଖରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଲୋକମାନେ ଉତ୍ସାହର ସହିତ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଆବଶ୍ୟକ ସ୍ଥଳେ ସନ୍ଦିଗ୍ଧ ବ୍ୟକ୍ତି ବିଶେଷ ଯାନ ବାହନକୁ ଯାଞ୍ଚ୍‌ କରାଯାଉଛି। ଏଠାରେ ଅତିରିକ୍ତ ଶହେ କମ୍ପାନୀ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

Share