ଆତଙ୍କବାଦୀ ଶିବିର ଧ୍ୱଂସ ଘଟଣା: ଭାରତର ଦାବିକୁ ପାକ୍‌ର ଖଣ୍ଡନ

ଇସ୍‌ଲାମାବାଦ,୨୨ା୧୦(ପି.ଟି.)- ପିଓକେରେ ପଶି ଭାରତ ୩ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ସହ ଅନେକ ପାକ୍‌ ସୈନ୍ୟ ଓ ଆତଙ୍କବାଦୀଙ୍କୁ ମାରିଥିବା ଦାବି କରୁଥିବାବେଳେ ପାକିସ୍ତାନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଭାରତ ଚାହିଁଲେ ବିଦେଶୀ ମିଡିଆ ଓ କୂଟନୈତିଜ୍ଞଙ୍କୁ ଡ଼ାକି ଉକ୍ତ ଅଞ୍ଚଳର ପ୍ରମାଣ ଦେଇପାରିବ ବୋଲି କୁହାଯାଇଛି। ରବିବାର ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବତ ପିଓକେରେ ୩ ଆତଙ୍କବାଦୀ ଶିବିର ଧ୍ୱଂସ କରାଯିବା ସହ ପ୍ରାୟ ୧୦ ପାକ୍‌ସୈନ୍ୟ ଓ ଆତଙ୍କବାଦୀଙ୍କୁ ନିପାତ କରିଥିବା କହିଥିଲେ। ଏହାକୁ ନେଇ ପାକ୍‌ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗଫୁର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେଠାରେ କୌଣସି କ୍ୟାମ୍ପ ନ ଥିବା ସେ କହିଛନ୍ତି। ପୁଲଓ୍ବାମା ଆକ୍ରମଣ ପରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ମିଛ ଦାବିକରି ଅଞ୍ଚଳରେ ଶାନ୍ତିଭଙ୍ଗ କରୁଛନ୍ତି। ଭାରତୀୟ ସେନାର ଏଭଳି କଥା ଘରୋଇ ଫାଇଦା ଲାଗି ହୋଇପାରିଥାଏ, କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସେ ମତ ଦେଇଛନ୍ତି।

Share