Categories: ଖେଳ

ଆତଙ୍କବାଦ ପ୍ରଭାବିତ ଅଞ୍ଚଳରେ ଟ୍ରେନିଂ ଆରମ୍ଭ କଲେ ଧୋନୀ

ଶ୍ରୀନଗର, ୧।୮:ଟିମ ଇଣ୍ଡିଆର ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ଏହି ସମୟରେ ସେ ଜମ୍ମୁ-କଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳ ସୋପିୟାଂ ଏବଂ ଅନନ୍ତନାଗରେ ଅନ୍ୟ ସୈନ୍ୟଙ୍କ ଭଳି ପାଟ୍ରୋଲିଂ, ଗାର୍ଡ ଏବଂ ପୋଷ୍ଟ ଡ୍ୟୁଟିରେ ରହିବେ। ଡ୍ୟୁଟି ସମୟରେ ସେ ୧୯ କେଜି ଓଜନର ଗୁଳି, ଉପକରଣ ଓ ପୋଷାକ ଆଦି ତାଙ୍କ ସାଙ୍ଗରେ ରଖିବେ। କିନ୍ତୁ ଏହି ସମୟରେ ସେ ସେନାର କୌଣସି ଅପରେଶନରେ ସାମିଲ ହେବେ ନାହିଁ। ଅଗଷ୍ଟ ୧୫ ଯାଏ ସେ ଏହି ପ୍ରଶିକ୍ଷଣ ନେବେ। ୨୦୧୧ରେ ଧୋନୀଙ୍କୁ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ(ସମ୍ମାନୀତ) ର଼୍ୟାଙ୍କ୍‌ ମିଳିଥିଲା। ଧୋନୀ ଜଣେ କ୍ୱାଲିଫାଏଡ୍‌ ପାରାଟ୍ରୁପର୍‌। ସେ ପାଞ୍ଚଥର ପାରାସୁଟ୍‌ ଜମ୍ପ୍‌ କରିସାରିଛନ୍ତି।

Share