Categories: ଜାତୀୟ

ଆତଙ୍କବାଦ ବିରୋଧରେ ଏକାଠି ଲଢିବ ଭାରତ-ଜର୍ମାନୀ

ନୂଆଦିଲ୍ଲୀ,୧।୧୧: ଭାରତ ଓ ଜର୍ମାନୀ ଏକାଠି ମିଶି ଆତଙ୍କବାଦ ଓ ଉଗ୍ରବାଦ ବିରୋଧରେ ଲଢିବେ। ଏହାସହ ପରିବେଶ ସୁରକ୍ଷା ଦିଗରେ ମଧ୍ୟ କାମ କରିବେ। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜର୍ମାନ ଚାନସ୍‌ଲରଙ୍କର ହୋଇଥିବା ଚୁକ୍ତିରେ ଏହା ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି। ମୋଦି କହିଛନ୍ତି ଜର୍ମାନ ଚାନସଲର ଡା. ମାର୍କେଲଙ୍କୁ କେବଳ ଜର୍ମାନ ବା ୟୁରୋପରେ ନୁହେଁ ବରଂ ସେ ସମଗ୍ର ବିଶ୍ୱରେ ଜଣେ ପରିଚିତ ନେତା। ଗତ ଦେଢ ଦଶକ ହେବ ଭାରତ-ଜର୍ମାନୀ ମଧ୍ୟରେ ଗଢି ଉଠିଥିବା ସମ୍ପର୍କରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଆଗକୁ ମଧ୍ୟ ଏହା ରହିବ ବୋଲି ସେ କହିଛନ୍ତି। ଆସନ୍ତା ୨୦୨୨ରେ ଭାରତ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଭାରତ ଓ ଜର୍ମାନୀ ମିଶି ନୂଆ ଭାରତ ଗଠନ କରିବାକୁ ସ୍ବପ୍ନ ଦେଖୁଥିବା ମୋଦି କହିଛନ୍ତି।

Share