ଆତଙ୍କ ଖେଳାଉଛନ୍ତି ଝାଡ଼ଖଣ୍ଡ ହାତୀ

ସଜନାଗଡ଼, ୧୭ା୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ପାଦଦେଶରେ ଥିବା ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୨୮ ଝାଡ଼ଖଣ୍ଡ ହାତୀ ଓ ୫ ଛୁଆ ହାତୀ ଆତଙ୍କ ଖେଳାଉଛନ୍ତି। ୬ଦିନ ହେଲେ ହାତୀପଲ ଘରଦ୍ୱାର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଦେଉଛନ୍ତି। ଶନିବାର ରାତିରେ ହାତୀପଲ କୁଲଡିହା ରେଞ୍ଜ ଅଧୀନ ସଜନାଗଡ଼ ପଞ୍ଚାୟତ ତେଣ୍ଡା ଗ୍ରାମ ପାଖ ସାତଘାଟି ଏବଂ ମୁଣ୍ଡଘୁରା ଗ୍ରାମରେ ପଶି ରାମଚନ୍ଦ୍ର ସିଂ, ବୁଧୁ ସିଂ, ସୋମବାରୀ ସିଂ, ହାଡ଼ିବନ୍ଧୁ ସିଂ, ଗୁରୁବା ସିଂ, ପୁନିଆ ସିଂ, ଶ୍ୟାମସୁନ୍ଦର ସିଂ, ଦୁର୍ଗା ସିଂ, ଶ୍ୟାମସୁନ୍ଦର ସିଂଙ୍କ ଘର ଭାଙ୍ଗିଦେଇଛନ୍ତି। ଏହାସହ ଘରେ ଥିବା ଧାନ, ଚାଉଳ ଖାଇବା ସହ ତା’ଠାରୁ ଅଧିକ ପରିମାଣରେ ନଷ୍ଟ କରିଥିଲେ। ଏହାସହ ଘରବାଡ଼ିରେ ଥିବା ପଣସ, ସପୁରୀ, କିମ୍ବା କଦଳୀ ଗଛ ମଧ୍ୟ ଭାଙ୍ଗି ପକାଇଥିଲେ। ଗୋଟିଏ ପଟେ ଅଘୋଷିତ ବିଦ୍ୟୁତ୍‌କାଟ ଅନ୍ୟ ପଟେ ଅନ୍ଧାର ରାତିର ସୁଯୋଗ ନେଇ ଖାଦ୍ୟ ନ ପାଇ ଗ୍ରାମମୁହାଁ ହେଉଥିବା ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଉଜାଗର ରହୁଛନ୍ତି। ରବିବାର ସକାଳେ ଗ୍ରାମବାସୀ ନୀଳଗିରି ବିଧାୟକଙ୍କୁ ଡାକି କ୍ଷତି ହୋଇଥିବା ଘର ଦେଖାଇବା ସହ ପ୍ରଶାସନ ଓ ବନ ବିଭାଗ ବିରୋଧରେ ଅଭିଯୋଗ କରିଥିଲେ।
୨୦୧୦ ମସିହାରୁ ହାତୀ ନୀଳଗିରିକୁ ଆସୁଥିବା ବେଳେ ପ୍ରତିବର୍ଷ ହାତୀପଲ ଆସିବାର ପୂର୍ବରୁ କିମ୍ବା ହାତୀ ଆସିବାର ଦିନେ କିମ୍ବା ଦୁଇଦିନ ଭିତରେ ପ୍ରସ୍ତୁତି ବୈଠକ ହୁଏ। ପ୍ରସ୍ତୁତି ବୈଠକର ମୁଖ୍ୟ ବିଷୟ ହାତୀ ଉପଦ୍ରବ୍ୟ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଇବା । ହାତୀ ଘଉଡ଼ାଇବାରେ ଲୋକଙ୍କ ସାହାଯ୍ୟ ନେବା, ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ହାତୀ ଉପଦ୍ରବ କରୁଥିବା ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖି ଖାଦ୍ୟ ଯୋଗାଣ ବିଷୟରେ ଆଲୋଚନା ହୁଏ। ଏହି ଆଲୋଚନାରେ ବନବିଭାଗ, ବିଦ୍ୟୁତ୍‌ ବିଭାଗ, ଜଙ୍ଗଲ କମିଟି, ଖାଦ୍ୟଯୋଗାଣ ବିଭାଗ, ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ୍‌ ଉପସ୍ଥିତ ରହିଥାନ୍ତି। ମାତ୍ର ଏଥର ହାତୀ ଆସିବାର ୬ଦିନ ବିତିଯାଇଥିଲେ ମଧ୍ୟ ପ୍ରସ୍ତୁତି ବୈଠକ ନ ହେବା ଯୋଗୁ କୌଣସି ବିଭାଗ ମଧ୍ୟରେ ତାଳମେଳ ରହୁନାହିଁ । ଫଳରେ ଲୋକେ ନିଜକୁ ଅସୁରକ୍ଷତି ମନେ କରୁଛନ୍ତି। ବିଧାୟକ ଗ୍ରାମବାସୀଙ୍କ ଦୁଃଖ ଶୁଣିବା ପରେ ଏ ବିଷୟରେ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଜଣାଇଥିଲେ। କ୍ଷତିଗ୍ରସ୍ତ ପରିବାରକୁ ସେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri