ଆତଙ୍କ : ଗାଁକୁ ସାନିଟାଇଜ କଲେ ଯୁବକ

ସାକ୍ଷୀଗୋପାଳ, ୫/୪ (ଡି.ଏନ.ଏ.) – କରୋନା ପଜେଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପୁରୀ ସାକ୍ଷୀଗୋପାଳ ବଜାର ନିକଟ ଏକ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସରକାରୀ କ୍ୱାରାଣ୍ଟାଇନ ଓ୍ଵାର୍ଡରେ ଭର୍ତ୍ତି କରାଜାଇଛି। ଏହା ପରେ ଉକ୍ତ ଗ୍ରାମ ଓ ଆଖପାଖ ଅଂଚଳରେ ଆତଙ୍କ ଖେଳିଯାଇଛି। ଲୋକେ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି। ବିଭିନ୍ନ ଗ୍ରାମ ପ୍ରବେଶ ପଥରେ କାଠଗଣ୍ଡି ଓ ପଥର ପକାଇ ସାଧାରଣ ଚଳାଚଳ ଉପରେ ରୋକ ଲଗାଯାଇଥିବା ଦେଖାଯାଉଛି। ରବିବାର ସକାଳୁ ନୂଆସୋମେଶ୍ବରପୁର ପଞ୍ଚାୟତର ବନପୁର ଗ୍ରାମର ୨୦ଜଣ ଯୁବକ ଏକାଠି ହୋଇ ଗ୍ରାମ ରାସ୍ତାରୁ ଆଳିଆ ଆବର୍ଜନା ସଫା କରିଥିଲେ। ବନପୁର, ମହାନ୍ତି ସାହି ଓ କସାଂରିସାହିକୁ ସାନିଟାଇଜ କରିଥିଲେ। ଚକ୍ରଧର ମହାରଣା, ପ୍ରଦୀପ ବେହେରା, ନିଲୁ ମହାନ୍ତି, ରମେଶ ମହାପାତ୍ର ଓ ଅଜୁ ମହାନ୍ତି ପ୍ରମୁଖ ହ୍ୟାଣ୍ଡ ସ୍ପ୍ରେୟରେ ବ୍ଲିଚିଙ୍ଗ, ଫିନାଇଲ ଆଦି ପାଣିରେ ମିଶାଇ ବିଶୋଧନ କରିଛନ୍ତି।