ଆତ୍ମଘାତୀ ବିସ୍ଫୋରଣ: ୫ ମୃତ

କାବୁଲ,୧୧।୨: ଆଫଗାନିସ୍ତାନ କାବୁଲରେ ଏକ ଆତ୍ମଘାତୀ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ସୈନ୍ୟ ବିଭାଗ କର୍ମଚାରୀ ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ୧୨ରୁ ଅଧିକ ଳୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାବୁଲର ଦକ୍ଷିଣ-ପଶ୍ଚିମରେ ଥିବା ମାର୍ଶାଲ୍‌ ଫହିମ୍‌ ମିଲିଟାରୀ ଏକାଡ଼େମୀରେ ସକାଳ ୭ଟା ସମୟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବା ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପ୍ରବକ୍ତା ନସରତ୍‌ ରହିମ୍‌ ସୂଚନା ଦେଇଛନ୍ତି।

Share