ନୂଆଦିଲ୍ଲୀ,୪।୭: ସରକାର ନିକଟରେ ୫୯ ଚାଇନା ଆପ୍କୁ ଭାରତ ବଜାରରୁ ନିଷେଧ କରିଛନ୍ତି। ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ ଚ୍ୟାଲେଞ୍ଜରେ ଭାଗନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର୍ଟଅପ୍ ଏବଂ ଟେକ୍ନୋଲୋଜି କମ୍ୟୁନିଟିଙ୍କୁ ଆହ୍ବାନ ଜଣାଇଛନ୍ତି। ଭାରତରେ ବିଶ୍ୱସ୍ତରୀୟ ଆପ୍ଲିକେଶନ ପ୍ରସ୍ତୁତ କରିବାକୁ ମୋଦି ଆହ୍ବାନ ଜଣାଇଥିବା ଜଣାପଡିଛି। ଭାରତରେ ଆପ୍ଲିକେଶନ ଡେଭଲପର ଏବଂ ନବ ପ୍ରବର୍ତ୍ତକଙ୍କୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ଏ ଦିଗରେ ନୂଆ ପଦକ୍ଷେପ ଘୋଷଣା କରିଥିବା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟୁଇଟ ଯୋଗେ ସୂଚନା ଦେଇଛନ୍ତି।