ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ଭାରତୀୟ ଜିଡିପିର ପ୍ରାୟ ୧୦%। ଏହା ଆତ୍ମନିର୍ଭର ଭାରତକୁ ଶକ୍ତି ଦେବ। ବୁଧବାରଠାରୁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହାର ସୂଚନା ଦିଆଯିବ। ଅର୍ଥମନ୍ତ୍ରୀ ଏହି ପ୍ୟାକେଜ ବିଷୟରେ ବିସ୍ତାରରେ ସୂଚନା ଦେବେ। ଏହା ଚାଷୀ, ଉଦ୍ୟୋଗୀ ତଥା ସମସ୍ତଙ୍କୁ ସଶକ୍ତ କରିବ। ସମସ୍ତଙ୍କୁ ଦୃଷ୍ଟିରେ ରଖଇ ଏହି ପ୍ୟାକେଜ୍ କରାଯାଇଛି। ପ୍ରତି ଭାରତୀୟ ଲୋକାଲ ପ୍ରଡକ୍ଟ କିଣିବା ଆରମ୍ଭ କରନ୍ତୁ। ଏହାକୁ କେବଳ କିଣିବେ ନାହିଁ, ଉକ୍ତ ସାମଗ୍ରୀର ପ୍ରଚାର ମଧ୍ୟ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।