ଆତ୍ମସମର୍ପଣ କରିଥିବା ମାଓବାଦୀ କମାଣ୍ଡରଙ୍କ ଅଭିନବ ପ୍ରୟାସ : ସାଥୀ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଗୀତ ମାଧ୍ୟମରେ ଦେଲେ ଆହ୍ବାନ

ମାଲକାନଗିରି,୨୫।୮(ସ୍ବ.ପ୍ର.): ଜିଲାର ସୀମାନ୍ତ ଛତିଶଗଡ଼ ସୁକମା ପୋଲିସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆତ୍ମସମର୍ପଣ କରିଥିବା ମାଓବାଦୀ କମାଣ୍ଡର ଅର୍ଜୁନ ସାଥୀ ମାଓବାଦୀଙ୍କୁ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଗୀତ ମାଧ୍ୟମରେ ଆହ୍ବାନ ଦେଇଛନ୍ତି। ୧୯୮୦ ମସିହାରୁ ମାଓବାଦୀ ସଂଗଠନ କରି ଲୋକମାନଙ୍କର ଉନ୍ନତି ହୋଇନାହିଁ ବରଂ ନିରୀହ ଆଦିବାସୀ ଯୁବକଯୁବତୀ ନିଜର ଘର ଦ୍ୱାର ଛାଡ଼ି ଜଙ୍ଗଲରେ ବୁଲି ଅକାଳରେ ଜୀବନ ହରାଇଛନ୍ତି ବୋଲି ଅର୍ଜୁନ କହିଛନ୍ତି। ଏବେ ସମୟ ଆସିଛି ମାଓବାଦୀଙ୍କ ମିଥ୍ୟା କଥାରେ ପ୍ରଲୋଭିତ ନ ହୋଇ ହିଂସା ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ଗୀତ ମାଧ୍ୟମରେ ଏପରି ଅଭିନବ ପ୍ରୟାସ କରିଛନ୍ତି।