Categories: ଖେଳ

ଆତ୍ମହତ୍ୟା ଉଦ୍ୟମ କରିଥିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୧- ଭାରତୀୟ ଦଳର ପୂର୍ବତନ ପେସର ପ୍ରବୀଣ କୁମାର ନିଜର ଲୋକପ୍ରିୟତା ଓ ଡିପ୍ରେଶନ ଉପରେ ଏକ ଖୋଲା ଆଲୋଚନା କରିଛନ୍ତି। ଏକ ଇଂଲିଶ ଖବର କାଗଜକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି, ଏକଦା ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି। ନିଜ ଜୀବନ ନେବା ପାଇଁ ମୁଁ ହରିଦ୍ୱାର ନ୍ୟାଶନାଲ ହାଇଓ୍ବେକୁ ଯାଇଥିଲି। କିନ୍ତୁ କାରରେ ଥିବା ମୋ ପରିବାର ଫଟୋ ଦେଖି ମନ ବଦଳାଇ ଥିଲି। ସେତେବେଳେ ମୁଁ ଡିପ୍ରେଶନରେ ଥିଲି। କାହା ସହ କଥା ହେଉ ନ ଥିଲି। ମୁଁ ଏ ସମ୍ପର୍କରେ ନିଜ କାଉନ୍ସିଲରଙ୍କୁ ଜଣାଇଥିଲି। ଅବସର ପୂର୍ବରୁ ପ୍ରବୀଣ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ୬୮ ଦିନିକିଆ, ୬ ଟେଷ୍ଟ ଓ ୧୦ ଟି୨୦ ମ୍ୟାଚ୍‌ ଖେଳିଥିଲେ। ବଲକୁ ଉଭୟ ଦିଗରେ ସୁଇଙ୍ଗ କରାଇବାର ଦକ୍ଷତା ତାଙ୍କର ଥିଲା। ଅନ୍ତର୍ଜାତୀୟ କ୍ରିକେଟ ସହ ଆଇପିଏଲରେ ବହୁ ଫ୍ରାଞ୍ଚାଇଜ ପାଇଁ ମଧ୍ୟ ଖେଳିଥିଲେ। ମାତ୍ର ନିଜର ଖରାପ ବ୍ୟବହାର ଯୋଗୁ ବହୁବାର ସେ ଖବରରେ ରହୁଥିଲେ।

Share