Categories: ଜାତୀୟ

ଆତ୍ମହତ୍ୟା କରିଥିବା ମହିଳାଙ୍କ ମୃତଦେହକୁ କାନ୍ଧରେ ୨ କିମି ବୋହିଲେ ପୋଲିସ୍‌

ଭୋପାଳ,୨୬।୬: ଆତ୍ମହତ୍ୟା କରିଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ କର୍ମଚାରୀ ୨ କିମି କାନ୍ଧରେ ବୋହି ନେଇଛନ୍ତି। ରାସ୍ତାରେ କାଦୁଅ ଥିବାରୁ ପୋଲିସ ଏପରି କରି ନିଜର ମାନବିକତାର ପରିଚୟ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏଠାକାର ବୈରସିଆ ଗାଁରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ପାଇ ପୋଲିସ ପହଞ୍ଚିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ବର୍ଷା ହୋଇଥିବାରୁ ରାସ୍ତା କାଦୁଅ ହୋଇଥିବାରୁ ପୋଲିସ କର୍ମଚାରୀ ଏପରି କରିଥିଲେ।

Share