Categories: ଜାତୀୟ

ଆତ୍ମହତ୍ୟା କଲେ ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି

ହାଇଦ୍ରାବାଦ,୧୬।୯: ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ତେଲଗୁ ଦେଶମ ପାର୍ଟି(ଟିଡିପି)ର ନେତା କୋଡେଲା ଶିବ ପ୍ରସାଦ ରାଓ ସୋମବାର ଆତ୍ମହତ୍ୟା କରିଛନ୍ତି। ଏନେଇ ଟିଡିପି ଓ ଅନ୍ୟ ଦଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ସୋମବାର ସକାଳେ କୋଡେଲା ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କbୁ ଇଣ୍ଡୋ ଆମେରିକାନ କ୍ୟାନ୍ସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୭୨ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଉପରେ ଓ୍ବାଇଏସ୍‌ଆର କଂଗ୍ରେସର ସରକାର ଭ୍ରଷ୍ଟାଚାର ଅଭିଯୋଗ ଆଣିବା ପରେ ଦୀର୍ଘ ଦିନରୁ ସେ ମାନସିକ ଅବସାଦରେ ରହିଥିଲେ। ତେବେ ଏଥିଯୋଗୁ ସେ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ପରିବାରଲୋକେ କହିଛନ୍ତି। ଆନ୍ଧ୍ର ପ୍ରଦେଶରୁ ତେଲାଙ୍ଗାନା ବିଭାଜନ ହେବା ପରେ ୨୦୧୪ରେ କାଡେଲା ଆନ୍ଧ୍ରପ୍ରଦେଶ ବିଧାନସଭାର ବାଚସ୍ପତି ଭାବେ ସେ ନିଯୁକ୍ତ ହୋଇଥିଲେ। ନରସରାଓ୍ବାପେଟ ଆସନରୁ ୬ଥର ଏବଂ ସାଟ୍ଟେନପାଲ୍ଲୀରୁ ୫ଥର ବିଧାୟକ ରହିଥିଲେ। ଏଥିସହ ସେ ବହୁଥର ମନ୍ତ୍ରୀପଦ ମଧ୍ୟ ସମ୍ଭାଳିଛନ୍ତି।

Share