ଆତ୍ମହତ୍ୟା କଲେ ଯୁବକ

ଆରଡି, ୫।୧୨, (ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ଖଟୁଆ ପାଟଣା ଗାଁର ଚିନ୍ତାମଣି ମୁଦୁଲି (୨୩) ବୁଧବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଛନ୍ତି। ଘରଠାରୁ କିଛି ଦୂରରେ ଥିବା ଏକ ବିଲ ନିକଟସ୍ଥ ବରଗଛରେ ସେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ବୋଲି ଗାଁଲୋକେ କହିଛନ୍ତି। ଗତ ୮ ମାସ ତଳେ ତାଙ୍କର ବିବାହ ହୋଇଥିବା ବେଳେ ଘରୋଇ ସମସ୍ୟାରୁ ଚିନ୍ତାମଣି ଆତ୍ମହତ୍ୟା କରିଥିବା କୁହାଯାଉଛି।