ଆତ୍ମହତ୍ୟା ପାଇଁ ଗିଳିଥିଲେ ଟୁଥ୍‌ବ୍ରସ୍‌: ୨୦ ବର୍ଷ ପରେ ଅପରେଶନ୍‌ରେ ବାହାରିଲା

ବେଜିଂ,୧୩।୮: ଚାଇନାରେ ଜଣେ ବ୍ୟକ୍ତିଙ୍କ ପେଟରୁ ଏକ ଟୁଥ୍‌ବ୍ରସ୍‌ ବାହାର କରାଯାଇଛି। ପେଟରେ ଲଗାତାର ଯନ୍ତ୍ରଣା ହେବାରୁ ଡାକ୍ତର ଅପରେଶନ କରି ଏହାକୁ ବାର କରିଛନ୍ତି। ସ୍ଥାନୀୟ ଡୁଆଙ୍ଗ୍‌ଡୋଙ୍ଗ୍‌ ପ୍ରଦେଶର ଶେନ୍‌ଜେନ୍‌ ଅଞ୍ଚଳରେ ୫୧ ବୟସ୍କ ଲି ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଲିଙ୍କୁ ଯେତେବେଳେ ୩୧ ବର୍ଷ ହୋଇଥିଲା କୌଣସି କାରଣରୁ ସେ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଲାଗି ଟୁଥ୍‌ ବ୍ରସ୍‌ ଗିଳି ଦେଇଥିଲେ। ପେଟରେ ଯନ୍ତ୍ରଣା ହେବାରୁ ତାଙ୍କର ୨୦ ବର୍ଷ ତଳ ଘଟଣା ମନେ ପଡ଼ିଥିଲା। ଏହାପରେ ସେ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ।

Share