ମୁମ୍ବାଇ: କ୍ରିକେଟର କେଏଲ୍ ରାହୁଲ ପୁଣି ନିଜର ଲଭ୍ ଲାଇଫ୍କୁ ନେଇ ଚର୍ଚ୍ଚାରେ। ଏବେ ସେ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ଉଭୟ ଉଭୟଙ୍କୁ ଡେଟ୍ କରୁଥିବା ବେଳେ ଲୋକ ସମ୍ମୁଖକୁ ଆସିବାକୁ ଚାହୁଁନାହାନ୍ତି। ଚଳିତ ବର୍ଷ ଫେବୃୟାରୀ ମାସରୁ ଉଭୟ ଏକତ୍ର ବୁଲିବା ସହ ସମୟ ଅତିବାହିତ କରୁଛନ୍ତି। ଆଥିୟାଙ୍କ ସାଙ୍ଗ ଆକାଂକ୍ଷା ରଞ୍ଜନ ଉଭୟଙ୍କୁ ଭେଟାଇଥିଲେ। ପରେ ଉଭୟଙ୍କ ଭିତରେ ମିଳାମିଶା ବଢ଼ିବା ପରେ ଏବେ ଏହା ନିବିଡ଼ ପ୍ରେମରେ ପରିଣତ ହୋଇଯାଇଥିବା ଶୁଣିବାକୁ ମିଳୁଛି। ତେବେ ଆଥିୟା ଏ ନେଇ କିଛି ପ୍ରତିକ୍ରିୟା ଦେବାକୁ ଚାହୁଁ ନ ଥିବା ବେଳେ ବିଶ୍ୱ କପ୍ ପାଇଁ ବ୍ୟସ୍ତ ଅଛନ୍ତି କେଏଲ୍। ପୂର୍ବରୁ ତାଙ୍କ ନାମ ଅଭିନେତ୍ରୀ ସୋନଲ ଚୌହାନ ଏବଂ ନିଧି ଅଗ୍ରଓ୍ବାଲଙ୍କ ସହ ଯୋଡ଼ା ଯାଇଛି। ହେଲେ ଉଭୟ ଅଭିନେତ୍ରୀ କ୍ରିକେଟରଙ୍କ ସହ ସମ୍ପର୍କରେ ନ ଥିବା କହିଛନ୍ତି। ଏବେ ଆଥିୟାଙ୍କ ସହ କେଏଲ୍ଙ୍କ ଏହି ସମ୍ପର୍କ କେତେଦୂର ଯାଉଛି ତାହା ସମୟ କହିବ।