ଆଦର୍ଶ ପଞ୍ଚାୟତଭାବେ ବାଲିବିଲି ପୁରସ୍କୃତ

ବରୀ, ୯ା୯(ସ୍ବ.ପ୍ର.)- ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ଓ ଆମ ଗାଁ ଆମ ବିକାଶ ଯୋଜନାର ସଫଳତା ପାଇଁ ବରୀ ବ୍ଲକ ଅଧୀନ ବାଲିବିଲି ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତର ମାନ୍ୟତା ମିଳିଛି। ଏ ନେଇ ଗତ ଗୁରୁବାର ଜିଲା ପ୍ରଶାସନ ପକ୍ଷରୁ ଡିଆର୍‌ଡ଼ିଏ ସଭାଗୃହରେ ଏକ ସଭାରେ ଜିଲାପାଳ ରଞ୍ଜନ କୁମାର ଦାସ ସରପଞ୍ଚ ସନ୍ତୋଷ ସାମଲଙ୍କୁ ମାନପତ୍ର ସହ ପଞ୍ଚାୟତର ବିକାଶ ପାଇଁ ୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏ ବାଦରେ ରବିବାର ସରପଞ୍ଚ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି। ଏହି ପଞ୍ଚାୟତର ଏତାଦୃଶ କାର୍ଯ୍ୟପାଇଁ ସଫଳତା ମିଳିଥିବାରୁ ସରପଞ୍ଚଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଉଛି। ଆଗାମୀ ଦିନରେ ପଞ୍ଚାୟତକୁ ଜିଲାରେ ୧ନମ୍ବର କରିବାକୁ ଚେଷ୍ଟା କରିବି ବୋଲି ସରପଞ୍ଚ କହିଛନ୍ତି। ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଚିଠି ନଂ.୯୩୫୬, ତା.୪ା୬ା୧୯ରେ ଜିଲା ପ୍ରଶାସନ ନିକଟକୁ ଏ ସଂନ୍ନ୍‌ତୀୟ ଚିଠି ଆସଥିଲା। ପରେ ବରୀ ବ୍ଲକ ବିଡ଼ିଓଙ୍କୁ ଚିଠି ପ୍ରଦାନ କରାଯାଇଥିଲା।