ଆଦର୍ଶ ବିବାହ: ବାଳାଶ୍ରମର ସସ୍ମିତାଙ୍କୁ ଜୀବନସାଥୀ କଲେ ହରିୟାଣାର ଧର୍ମବୀର

ବରଗଡ଼ ଅଫିସ,୧୨।୩- ବିବାହରେ ନ ଥିଲା ଯାନିଯୌତୁକ। କେବଳ ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ସହର ଉପକଣ୍ଠ ଡାଙ୍ଗସ୍ଥିତ ବିମଳାଦେବୀ ବାଳାଶ୍ରମର ଜଣେ ଅସହାୟ ଯୁବତୀ ସସ୍ମିତା ଷଡ଼ଙ୍ଗୀଙ୍କୁ ଜୀବନସାଥୀ କରିଛନ୍ତି ହରିୟାଣାର ଧର୍ମବୀର ଶର୍ମା। ବାତ୍ସଲ୍ୟ (ବିମଳାଦେବୀ ଚାରିଟେବୁଲ ସୋସାଇଟି) ପକ୍ଷରୁ ସ୍ଥାନୀୟ ରାଣୀସତୀ ମନ୍ଦିରରେ ଅନୁଷ୍ଠିତ ଏହି ଆଦର୍ଶ ବିବାହରେ ବହୁସଂଖ୍ୟକ ଶୁଭେଚ୍ଛୁ ଯୋଗଦେଇ ନବଦମ୍ପତିଙ୍କୁ ଶୁଭାଶିଷ ପ୍ରଦାନ କରିଥିଲେ। ବରଗଡ଼ ଜିଲା ଶିଶୁ କଲ୍ୟାଣ ସମିତିର ଚେୟାରମ୍ୟାନ ସୁଜିତ କୁମାର ଦାଶଙ୍କ ସମେତ ଅନ୍ୟ ସଭ୍ୟାସଭ୍ୟବୃନ୍ଦ, ବିମଳାଦେବୀ ବାଲ୍ୟାଶ୍ରମର ପରିଚାଳକ ସୁଶିଲ ଅଗ୍ରୱାଲ ପ୍ରମୁଖ ବିବାହୋତ୍ସବରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Share