Categories: ଜାତୀୟ

ଆଦିତ୍ୟଙ୍କୁ ମିଳିପାରେ ମନ୍ତ୍ରୀପଦ

ମୁମ୍ବାଇ,୩୦।୧୨: ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ଆଉ କିଛି ସମୟ ପରେ କରାଯିବ। ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଆଲୋଚନା ହେଉଛି। ଉଦ୍ଧବ ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ମୁମ୍ବାଇର ଓ୍ବର୍ଲି ଆସନରୁ ବିଜୟୀ ହୋଇଥିଲେ। ଯଦି ତାଙ୍କୁ ମନ୍ତ୍ରୀ ପଦ ମିଳେ ତେବେ ସେ ରାଜ୍ୟର ସର୍ବକନିଷ୍ଠ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ। କଂଗ୍ରେସ କୋଟାରୁ ଅଶୋକ ଚୌହାନଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଲୋଚନା ହେଉଛି କି ଏଥର ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ।

Share