ଆଦିତ୍ୟଙ୍କ ସହ ବିବାହକୁ ନେଇ ଏମିତି କହିଲେ ନେହା

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ମଧ୍ୟରେ ବିବାହର ଚର୍ଚ୍ଚା ଥମିବାର ନାଁ ନେଉନି। ଚର୍ଚ୍ଚା ହେଉଥିଲା ଯେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ ବାହା ହେବେ। ତେବେ ସେମାନଙ୍କ ବାହାଘର ସରିଯାଇଛି। ଆଉ ଏହାର ଫଟୋ ଓ ଭିଡିଓ ଏବେ ଭାଇରାଲ ହେଉଛି। ଏହି ବିବାହକୁ ନେଇ ମୁହଁ ଖୋଲିଛନ୍ତି ନେହା। ମୁଁ ଆଜି ବି ସିଙ୍ଗଲ୍‌ ଅଛି। କେବଳ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏଭଳି ଆୟୋଜନ କରାଯାଇଥିଲା ବୋଲି ନେହା କହିଛନ୍ତି। ସେହିପରି ଆଦିତ୍ୟ ମଧ୍ୟ ଏହି ବିବାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଜୀବନର ଏତେ ନିଷ୍ପତ୍ତି ନେବା ପୂର୍ବରୁ ମୁଁ ଦର୍ଶକଙ୍କୁ ଏ ବିଷୟରେ ଜଣାଇବି। ନେହାଙ୍କ ସହ ବିବାହ କେବଳ ଶୋ’ ଟିଆରପି ବଢାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଛନ୍ତି।
‘ଇଣ୍ଡିଆନ ଆଇଡଲ ୧୧’ର ମଞ୍ଚ ଉପରେ ନେହା-ଆଦିତ୍ୟଙ୍କ ବିହାହ ସମ୍ପନ୍ନ ହୋଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଆଦିତ୍ୟ ଓ ନେହା ପରସ୍ପରକୁ ଫୁଲମାଳ ପିନ୍ଧାଇଥିଲେ। ସେମାନଙ୍କ ସହ ଶୋ’ର ଜଜ ବିଶାଲ ଦଦଲାନୀ, ହିମେଶ ରେଶମିଆ ଓ ପ୍ରତିଯୋଗୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। କିନ୍ତୁ ଉଭୟଙ୍କ ପରିବାର ଲୋକ ଏଠାରେ ଉପସ୍ଥିତ ନ ଥିଲେ। ତେଣୁ ସେଦିନ ହିଁ ସ୍ପଷ୍ଟ ହୋଇଯାଇଥିଲା ଏହା କେବଳ ଶୋ’ର ଟିଆରପି ବାଇବା ପାଇଁ ଉଦ୍ଦିଷ୍ଟ। ବାହାଘର ଚର୍ଚ୍ଚା ଭିତରେ ନିକଟରେ ନେହା-ଆଦିତ୍ୟଙ୍କର ଏକ ମ୍ୟୁଜିକ ଭିଡିଓ ‘ଗୋଆ ବିଚ’ ରିଲିଜ ହୋଇଯାଇଛି। ‘ଗୋଆ ବିଚ’ ଗୀତଟିକୁ ନେହାଙ୍କ ସହ ତାଙ୍କ ଭାଇ ଟୋନି କକ୍କର ଗାଇଛନ୍ତି। ଗୀତରେ ଆଦିତ୍ୟ ଓ ନେହାଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି।

Share