Categories: ବାଣିଜ୍ୟ

ଆଦିତ୍ୟ ହ୍ୟୁଣ୍ଡାଇରେ ଫ୍ରି କାର୍‌ କେୟାର କ୍ଲିନିକ କ୍ୟାମ୍ପ

ଭୁବନେଶ୍ୱର,୧୮-୪:ସ୍ଥାନୀୟ ଉତ୍ତରାସ୍ଥିତ ଆଦିତ୍ୟ ହ୍ୟୁଣ୍ଡାଇ ଶୋ’ରୁମରେ ଫ୍ରି କାର୍‌ କେୟାର କ୍ଲିନିକ ଶୁଭାରମ୍ଭ ହୋଇଛି। ଚଳିତ ମାସ ୨୧ ଯାଏ ଏହି କ୍ୟାମ୍ପ ଚାଲିବ। ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡର ପାର୍ଟସ ଏବଂ ସ୍ପେୟାର ବିଭାଗ ଆଞ୍ଚଳିକ ପ୍ରବନ୍ଧକ ଅଂଶୁମାଳି ସରକାର, ଏଏସ୍‌ଏମ୍‌ ବିକାଶ ଅଗ୍ରଓ୍ବାଲ୍‌, ଆଦିତ୍ୟ ହ୍ୟୁଣ୍ଡାଇ ଏମ୍‌ଡି ଆଦିତ୍ୟ ପାତ୍ର, ଏଭିପି ହରମୋହନ ମହାନ୍ତି , ୟୁନିଟ ମୁଖ୍ୟ ବିଷ୍ଣୁ ପ୍ରଶାଦ ଦାସ ଏହାକୁ ଉନ୍ମୋଚନ କରିଥିଲେ। କ୍ୟାମ୍ପ ସକାଳ ୮ରୁ ସଂଧ୍ୟା ୭ଟା ଯାଏ ଚାଲୁଛି। କ୍ୟାମ୍ପରେ ଗ୍ରାହକମାନେ ମାଗଣା ଟପ୍‌ ଓ୍ବାଶ, ୫୦ ପଏଣ୍ଟ ଚେକ୍‌ ଅପ୍‌, ଲେବର, ପାର୍ଟସ, ଭ୍ୟାସ ଉପରେ ଡିସକାଉଣ୍ଟ ପ୍ରଦାନ କରାଯାଉଛି। ଏହାର ଲାଭ ନେବାକୁ ଶୋ’ରୁମ ପକ୍ଷରୁ କୁହାଯାଇଛି।

Share