ଆଦିବାସୀଙ୍କ ଜମିରେ ଗଛ ଲଗାଇଲା ଜଙ୍ଗଲ ବିଭାଗ: ଉତ୍ତେଜନା,ଉପଜିଲାପାଳଙ୍କୁ ଭେଟିଲେ ଲୋକେ

ଛତ୍ରପୁର,୧୭ା୭(ଡି.ଏନ.ଏ.)-ବେଗୁନିଆପଡା ବ୍ଲକ ଅଧୀନ ଡଭାବଣିଆ ଆଦିବାସୀ ଗଁା ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ମିଳିଥିବା ଜମିରେ ଜଙ୍ଗଲ ବିଭାଗ ଗଛ ଲଗାଇବାକୁ ନେଇ ଉତ୍ତେଜନା ଦେଖାଦେଇଛି। ଏନେଇ ଆଦିବାସୀମାନେ ମଙ୍ଗଳବାର ଛତ୍ରପୁର ଆସି ଉପଜିଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇବା ସହ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ା ଜମି ପଟ୍ଟା ପାଇଥିତ୍ବା ଆଦିବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏମାନଙ୍କ କହିବାନୁଯାୟୀ, ଦୀର୍ଘ ବର୍ଷ ଧରି ଜଙ୍ଗଲ ଜମି ସେମାନଙ୍କର ଦଖଲରେ ଥିଲା ା ପରେ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ସେମାନଙ୍କୁ ୩ ବର୍ଷ ପୂର୍ବେ ପଟ୍ଟା ପ୍ରଦାନ କରାଯାଇଥିଲା। ଏହାପରେ ଏମାନେ ଉକ୍ତ ଜମିରେ ଚାଷକରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି ା କିନ୍ତୁ ୨ ଦିନ ହେଲା ପଟ୍ଟାଧାରୀ ଆଦିବାସୀଙ୍କୁ ନ ପଚାରି ଜମିରେ ପଡୋଶୀ ଗଁାର ଅଣ ଆଦିବାସୀଙ୍କୁ ନେଇ ଜଙ୍ଗଲ ବିଭାଗର କର୍ମଚାରୀ ଗଛ ଲଗାଉଥିବା ନେଇ ଏମାନେ ଅଭିଯୋଗ କରିଛନ୍ତି ା ଜମି ପଟ୍ଟା ପାଇଥିଲେ ମଧ୍ୟ ଉକ୍ତ ଜମିରେ କିଭଳି ଗଛ ଲଗାଯାଉଛି ସେନେଇ ଆଦିବାସୀମାନେ ପ୍ରଶ୍ନ କରିଛନ୍ତି ା ତୁରନ୍ତ ଏହି କାର୍ଯ୍ୟ ବନ୍ଦ କରିବାକୁ ଦାବି ହୋଇଛି ା

Share