ଆଦିବାସୀଙ୍କ ନିଆରା ଚିତ୍ରକଳା: ମାଟି କାନ୍ଥରେ କାନଭାସ୍‌

ଆଦିବାସୀ ସଂସ୍କୃତିରେ ରଙ୍ଗୀନ ଘର ଓ ପାରମ୍ପାରିକ ଚିତ୍ର କଳା ବହୁ ଆଗରୁ ଜଡ଼ିତ। ଆଧୁନିକତାର ଚାକଚକ୍ୟ ସତ୍ତ୍ୱେ ଏବେ ମଧ୍ୟ କେନ୍ଦୁଝର ଜିଲାର ଅନେକ ଆଦିବାସୀ ଗ୍ରାମରେ ଏହାର ଛାପ ଦେଖିବାକୁ ମିଳିଥାଏ। ବିଶେଷ କରି ଏହି ଚିତ୍ର କଳାର ଛାପ ସେମାନଙ୍କ ସୁସଜ୍ଜିତ ଘରଗୁଡ଼ିକରେ ପରିଲକ୍ଷିତ ହୋଇଥାଏ। ମାଟି ଘର କାନ୍ଥରେ ରଙ୍ଗ ବେରଙ୍ଗ ଚିତ୍ର କଳା ନିଆରା। ବିଶେଷ କରି ସାନ୍ତାଳ, ମୁଣ୍ଡା, ଭୂୟାଁ, ଜୁଆଙ୍ଗ ଆଦି ଆଦିବାସୀମାନେ ସ୍ବଛତା ରକ୍ଷା ସହ ଘରକୁ ସୃଦୃଢ କରି ରଖିବା ପାଇଁ ଏଭଳି ବିଭିନ୍ନ ରଙ୍ଗରେ ରଙ୍ଗାଇଥାନ୍ତି। ବିଭିନ୍ନ ଅଞ୍ଚଳରେ ନାଲି, ନୀଳ, ସବୁଜ, କଳା, ହଳଦିଆ ଆଦି ରଙ୍ଗରେ ରଙ୍ଗେଇ ହୋଇଥିବା ରଙ୍ଗୀନ ଘରଗୁଡ଼ିକ ଯିବାଆସିବା କରୁଥିବା ଲୋକ, ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। କିଏ ଫଟୋ ଉଠାଇ ନେଇଥାନ୍ତି ତ କିଏ ସେଲ୍‌ଫି ନେଇ ସୋସିଆଲ ମିଡିଆରେ ଛାଡ଼ିଥାନ୍ତି। ଲୋକେ ଯେତେ ଆଧୁନିକତାକୁ ସ୍ପର୍ଶ କଲେ ମଧ୍ୟ ଏଭଳି କାରୁକାର୍ଯ୍ୟ ଯିଏ ଦେଖେ ସିଏ କିଛି ସମୟ ପାଇଁ ସେଠି ଛିଡ଼ା ହୋଇ ଦେଖେ। ଏହିଭଳି ଗ୍ରାମକୁ ପ୍ରଶାସନ ତରଫରୁ ପ୍ରୋତ୍ସାହନ ମିଳିଲେ ଏଠାକୁ ଆହୁରି ପର୍ଯ୍ୟଟକ ବୁଲି ଆସିବେ। ଏପରି କି ଏହି ଗ୍ରାମରେ ପର୍ଯ୍ୟଟକଙ୍କ ପାଇଁ ରହିବାର ବ୍ୟବସ୍ଥା କରାଗଲେ ଲୋକେ ପ୍ରାକୃତିକ ପରିବେଶକୁ ବେଶ୍‌ ଉପଭୋଗ କରିବା ସହ ଗ୍ରାମବାସୀଙ୍କ ଦୈନନ୍ଦିନ ରହିବା ମଧ୍ୟ ଜାଣିପାରିବେ।

ଆଦିବାସୀମାନେ ବିଭିନ୍ନ ପ୍ରକାରର ପ୍ରକୃତି ଦତ୍ତ ରଙ୍ଗ ଜଙ୍ଗଲ, ବିଲଖମାର ତଥା ପାହାଡ଼ରୁ ସଂଗ୍ରହ କରିଥାନ୍ତି। ଏହି ରଙ୍ଗ ମାଟି, ଗଛପତ୍ରରୁ ଆଦି ସଂଗ୍ରହ କରିଥାନ୍ତି। ହେଲେ ଆଜିକାଲି ଜଙ୍ଗଲ ଓ ପାହାଡ଼ ନଷ୍ଟ ହେବାକୁ ବସୁଥିବାରୁ ପ୍ରାକୃତିକ ରଙ୍ଗ ସାହିତ ଅନେକ କେମିକାଲ ରଙ୍ଗ ବ୍ୟବହାର କରୁଛନ୍ତି। ରଙ୍ଗୀନ ମାଟି, ଗଛପତ୍ରର ରସ, ଚେର, ଗଛ ଡାଳ ଆଦିରୁ ବିଭିନ୍ନ ପ୍ରକାରର ରଙ୍ଗ ପ୍ରସ୍ତୁତ କରି ବ୍ୟବହାର କରିଥାନ୍ତି। ପ୍ରାକୃତିକ ରଙ୍ଗ ହୋଇଥିବାରୁ ସ୍ବାସ୍ଥ୍ୟପକ୍ଷେ କେମିକାଲ ରଙ୍ଗ ଭଳି କ୍ଷତିକାରକ ହୋଇ ନ ଥାଏ ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଥାନ୍ତି। ତେବେ ଅଧୁନା ଏଥିସହିତ କେମିକାଲ ରଙ୍ଗର ବ୍ୟବହାର କରୁଥିବାରୁ ଏହି ପୁରୁଣା ପରମ୍ପରା ଲୋପ ପାଇବାକୁ ବସୁଛି।

ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଚିତ୍ରକଳା ଓ ବ୍ୟବହୃତ ଶୈଳୀ ଅଲଗା ଅଲଗା। ଏହା ଦ୍ୱାରା ଘର ଗୁଡିକର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ପରିଷ୍କାର ଓ ପରିଛନ୍ନତା ରକ୍ଷା ହୋଇଥାଏ। ସେହିପରି ଘର ପରିବେଶ ଶୀତଳ ରହିଥାଏ ଏବଂ ଦୀର୍ଘସ୍ଥାୟୀ ହୋଇଥାଏ ବୋଲି ସେମାନେ କୁହନ୍ତି। ରଙ୍ଗବେରଙ୍ଗ କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିଥାନ୍ତି। ଏହି ରଙ୍ଗୀନ କାନ୍ଥରେ ସେମାନେ ପଶୁପକ୍ଷୀ, ଦେବାଦେବୀ, ବୃକ୍ଷଲତା, ପାହାଡ ଆଦିର ଚିତ୍ର ଆଙ୍କିଥାନ୍ତି। ପରୋକ୍ଷରେ ଏବି ଚିତ୍ର ଦ୍ୱାରା ସେମାନଙ୍କ ଚିନ୍ତାଧାରା ପରିବ୍ୟକ୍ତ କରିଥାନ୍ତି।
ଏହି ରଙ୍ଗ ମାରିବା ସହିତ ଚିତ୍ର କରିବା ପୂର୍ବରୁ ଘରର ଛାତ, କାନ୍ଥ ଓ ଭୂମିକୁ ମାଟି ଲେପି ମରାମତି କରିଥାନ୍ତି। ଏସବୁ ମାଟି ସବୁ ସ୍ଥାନରେ ମିଳେ ନାହିଁ। ଆଦିବାସୀମାନେ ବୁଲାବୁଲି କରି ବହୁ ଦୂରରୁ ପାହାଡ଼, ଜଙ୍ଗଲାଞ୍ଚଳରୁ ସଂଗ୍ରହ କରିଥାନ୍ତି। ମୃତ୍ତିକା କ୍ଷୟ ଯୋଗୁ ସେଭଳି ରଙ୍ଗୀନ ମାଟି ଆଉ ମିଳୁନାହିଁ। ମାଟି ପାଇଁ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ଆଣିବାକୁ ପଡୁଥିବା ସ୍ଥାନୀୟବାସୀ କହିଛନ୍ତି। ଆଗଭଳି ଏହି ସବୁ ପ୍ରାକୃତିକ ରଙ୍ଗିନ ମାଟି ତଥା ଗଛପତ୍ରରୁ ସଂଗୃହୀତ ରଙ୍ଗ ମିଳୁ ନ ଥିବାରୁ ଏବଂ ଏହା ବ୍ୟୟବହୁଳ ହେଉଥିବାରୁ ଅନେକ ଏହାକୁ ବ୍ୟବହାର କରୁ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି।
– ନରେଶ ପଟ୍ଟନାୟକ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋକସରା,୨୭।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଆମପାଣି ଥାନା ଅନ୍ତର୍ଗତ ମହାଜନଗୁଡା ଓ ଶିଉନି ମଧ୍ୟରେ ଶୁକ୍ରବାର ଅପରାହ୍ନରେ...

୪ ଶହ କେଜି ମହୁଲ ଫୁଲ ସହ ଅଟୋ ଜବତ, ଜଣେ ଗିରଫ

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ଗଦଡି ଅଞ୍ଚଳରେ ବେଆଇନ ମହୁଲ ଫୁଲ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ। ଅଟୋ...

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଭରଣା ଚିନ୍ତା: ଜିଲାପାଳଙ୍କୁ ବାଣଲିଙ୍ଗେଶ୍ୱର କୃଷକ ସଂଘ ପକ୍ଷରୁ ଦାବିପତ୍ର

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଅଦିନିଆ ଲଗାଣ ବର୍ଷା ହେତୁ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ ଉଚ୍ଛେଦ, ଟୋକେନ୍ ଅବଧି ବୃଦ୍ଧି ଏବଂ ଫସଲବୀମା ଅର୍ଥ...

ସାମ୍ବାଦିକଙ୍କ ଗାଡି ନେଇଗଲେ ଚୋର, ଟେର୍ ପାଉନି ପୋଲିସ

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଞ୍ଚଳରେ ଏବେ ଚୋରି ସଂଖ୍ୟା ବୃଦ୍ଧି ପାଉଛି । ଏପରିକି ଦୃବର୍ତମାନେ ସାମ୍ବାଦିକକୁ ମଧ୍ୟ ଛାଡି ନାହାନ୍ତି। ଏକ ଦୈନିକ...

ରାମେଶ୍ୱର, ନିରାକାରପୁର ଛାଡି ଯାଉନି ଦନ୍ତା: ନୂଆ ଜଗନ୍ନାଥ ସଡ଼କରେ କଲା ଉତ୍ପାତ

ନିରାକାରପୁର,୨୭।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଓ ରାମେଶ୍ୱର ଛାଡି ଯାଉନି ଦନ୍ତା ହାତୀ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁରୁବାର ରାତିରେ...

ଧାନ ଫସଲ ନଷ୍ଟ ନେଇ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇଲେ ବିଧାୟକ

ପାରଳାଖେମୁଣ୍ଡି,୨୭ା୧୨(ଗିରିଧାରୀ ପରିଛା): ଅଦିନିଆ ବର୍ଷା ଯୋଗୁ ଗଜପତି ଜିଲାର ୭ଟି ଯାକ ବ୍ଲକରେ ବ୍ୟାପକ ପରିମାଣରେ ଧାନ, କପା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି।...

ସମସ୍ୟାଘେରରେ ମେଲକୁନ୍ଦେଲ ପ୍ରାଥମିକ ବିଦ୍ୟାଳୟ

ଥୁଆମୂଳ ରାମପୁର,୨୭ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମେଲକୁନ୍ଦେଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ସମସ୍ୟାଘେରରେ ରହିଛି। ୨୦୦୮ରେ ସ୍ଥାପିତ ଏହି ବିଦ୍ୟାଳୟରେ ୨୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri