ଆଦିବାସୀଙ୍କ ସମସ୍ୟା ନେଇ ଦାବିପତ୍ର

ଉଦଳା,୧୫ା୧୦(ଡି.ଏନ୍‌.ଏ.)- ଆଦିବାସୀ ଅଧ୍ୟୁଷିତ କପ୍ତିପଦା ଉପଖଣ୍ଡରେ ଥିବା ଆଦିବାସୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା କପ୍ତିପଦା ଉପଖଣ୍ଡ କମିଟି ପକ୍ଷରୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଆଦିବାସୀଙ୍କ ବିକାଶ ନିମନ୍ତେ ସରକାରୀ ଯୋଜନାରେ ଜମିରେ ରବର ଚାଷ କରାଯାଇଥିବା ବେଳେ ବ୍ୟାପକ ହରିଲୁଟ୍‌ ହୋଇଥିବା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଆଦିବାସୀ ଯୁବକଙ୍କୁ ନିୟୋଜିତ କରାଯିବା, ଆଦିବାସୀ ଛାତ୍ରଛାତ୍ରୀଙ୍କ କଲ୍ୟାଣ ତଥା ବିକାଶ ନିମନ୍ତେ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରତିଷ୍ଠିତ ଆବାସିକ ବିଦ୍ୟାଳୟ ଏବଂ ହଷ୍ଟେଲରେ ମୌଳିକ ସୁବିଧା ଯୋଗାଇ ଦିଆଯିବା ଆଦି ଏହି ଦାବିପତ୍ରରେ ଉଲ୍ଲେଖ ରହିଛି। ତୁରନ୍ତ ଦାବିଗୁଡିକ ପୂରଣ କରା ନ ଗଲେ ଆଗାମୀ ଦିନରେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ମୋର୍ଚ୍ଚାର କପ୍ତିପଦା ଉପଖଣ୍ଡ ସଭାପତି ବୁଧୁରାମ ମୁର୍ମୁ, ଉଦଳା ବ୍ଲକ ଉପସଭାପତି ସୁଶାନ୍ତ ମାରାଣ୍ଡି, ହରିଶଚନ୍ଦ୍ର ମାରାଣ୍ଡି, ବିକାଶ ସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି ା

Share