‘ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦିଅ’: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ

ବାଙ୍ଗିରିପୋଷି,୧୫।୯(ଡି.ଏନ.ଏ.)- ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନରେ ଶୋଷଣ କରାଯାଉଥିବା ପ୍ରତିବାଦରେ ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଏସୋସିଏଶନ ‘ ମାରିସା ସେନା’ ଆନ୍ଦୋଳନ ଚେତାବନୀ ଦେଇଛି। ଜିଲା ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ସଙ୍ଗଠନ ପକ୍ଷରୁ ଆଦିବାସୀ ଓ ହରିଜନ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶରେ ବାଙ୍ଗିରିପୋଷି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ବରିଷ୍ଠ କିରାଣିଙ୍କୁ ଶନିବାର ଦାବିପତ୍ର ପ୍ରଦାନ କରାଯାଇଛି।
ମାରିସା ସେନା ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଛାତ୍ରୀ ନିବାସର ସଂଖ୍ୟା ୬୫୦୦ରେ ପହଞ୍ଚିିଛି । ଛାତ୍ରୀ ନିବାସରେ ରହୁଥିବା ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିୟମିତ କରାଯାଉ ନାହିଁ ା ଯୌନଶୋଷଣ ଭଳି ଘଟଣା ପଦାକୁ ଆସୁଥିବାରୁ ଏସବୁ ବିଦ୍ୟାଳୟ ଓ ଛାତ୍ରୀନିବାସରେ ମହିଳା ମେଟ୍ରନ ଓ ଶିକ୍ଷୟିତ୍ରୀ ନିଯୁକ୍ତି ଦିଆଯାଉ । ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ଓ ଛାତ୍ରୀ ନିବାସରେ ସିସିଟିଭି ଲଗାଯାଉ ା ଆଦିବାସୀ ଛାତ୍ରୀଛାତ୍ରଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉ ା ଅନେକ ବିଦ୍ୟାଳୟ ଶିକ୍ଷକ ଅଭାବରୁ ଠିକ ଭାବେ ଚାଲିପାରୁ ନାହିଁ ା ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଜିଲା ସଭାପତି ମୁର୍ମୁ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ବାବନଘାଟି ଉପଖଣ୍ଡ ସଭାପତି ଜିତରାୟ ମାର୍ଣ୍ଡୀ, ଇନ୍ଦୁ ଭୂଷଣ ସୋରେନ, ଶଙ୍କର ବାସ୍କେ, ବାସୁ ମାର୍ଣ୍ଡୀ ଏବଂ ବାଜୁନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।