ଆଦିବାସୀ ପିଲାଙ୍କୁ ମିଳୁନି ଜାତିଗତ ପ୍ରମାଣପତ୍ର: ପାଠ ପଢ଼ି ନ ପାରିଲେ ଲାଲବାହିନୀରେ ମିଶିବା ପାଇଁ ଚେତାବନୀ

ମାଲକାନଗିରି, ୨୯।୫(ଡି.ଏନ୍‌.ଏ.) – ହାଇସ୍କୁଲରେ ପାଠ ପଢିବା ପାଇଁ ଜାତିଗତ ପ୍ରମାଣପତ୍ର ଆବଶ୍ୟକ। କିନ୍ତୁ ବାରମ୍ବାର ଆବେଦନ କଲେ ମଧ୍ୟ ପ୍ରମାଣପତ୍ର ମିଳୁନି। ଫଳରେ ପିଲାମାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ମାଲକାନଗିରି ଜିଲା ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ଦୋରାଗୁଡ଼ା ଗ୍ରାମବାସୀ ଓ ପାଠପଢୁଆ ପିଲା ଦାବି କରିଛନ୍ତି। ଏଭଳି ନ ହେଲେ ଉପାୟଶୂନ୍ୟ ହୋଇ ମାଓବାଦୀ ସଙ୍ଗଠନରେ ସାମିଲ ହେବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଗାଁରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ କୋୟା, ଭୂମିଆ, ହାଲବା, ପରଜା ସମ୍ପ୍ରଦାୟର ଆଦିବାସୀ ପରିବାର ବସବାସ କରୁଛନ୍ତି। ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିଛି। କିନ୍ତୁ ଜାତିଗତ ପ୍ରମାଣପତ୍ର ମିଳୁ ନ ଥିବାରୁ ପିଲାମାନେ ହାଇସ୍କୁଲରେ ପଢିବା ପାଇଁ ବିଭିନ୍ନ ଅସୁବିଧା ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁ ର କେତେକ ଛାତ୍ରୀ ଦୋରାଗୁଡା ସ୍କୁଲରୁ ପଞ୍ଚମ ପାସ୍‌ କଲାପରେ ସିନ୍ଧ୍ରିମାଳ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ଏହି ସମୟରେ ଆଦିବାସୀଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସେମାନଙ୍କୁ ମିଳିଥିଲା। ପରେ ହାଇସ୍କୁଲରେ ପଢିବା ପାଇଁ ଅନ୍ୟ ସ୍କୁଲରେ ନାମ ଲେଖାଇ ଥିଲେ ମଧ୍ୟ ସେହି ସବୁ ବିଦ୍ୟାଳୟରେ ପ୍ରଧାନଶିକ୍ଷକମାନେ ଜାତିଗତ ପ୍ରମାଣ ପତ୍ର ଦାଖଲ କରିବା ପାଇଁ ବାରମ୍ବାର କହୁଛନ୍ତି। ଗତ ଶିକ୍ଷା ବର୍ଷରେ ଗ୍ରାମର ନଅଜଣ ଛାତ୍ରୀଛାତ୍ର ପଡିଆ ବ୍ଲକର ଇରାଲ ଗୁଣ୍ଡି ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଇଥିଲେ ମଧ୍ୟ ଜାତିଗତ ପ୍ରମାଣ ପତ୍ର ନ ପାଇବାରୁ ପାଠ ଛାଡି ଘରେ ରହି କୁଲି ମଜୁରି କାମ କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଚଳିତ ଶିକ୍ଷାବର୍ଷରେ ଦୋରାଗୁଡା ଗ୍ରାମର ଛାତ୍ରୀ ଯମୁନା ଖିଲ ପେଡାକୋଣ୍ଡା ଉଚ୍ଚ ବିଦ୍ୟାଳୟରେ ପଢୁଥିବାବେଳେ ଜାତିଗତ ପ୍ରମାଣ ପତ୍ର ପାଇଁ ମାଲକାନଗିରିରେ ଅନ୍‌ଲାଇନରେ ଆବେଦନ କରିଥିବା ରସିଦ ଦେଖାଇ ପାଠ ପଢୁଛନ୍ତି। ଗାଁର ସବିତା ହନ୍ତାଳ ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେ ମଧ୍ୟ ଅନୁରୂପ ଜାତିଗତ ପ୍ରମାଣ ପତ୍ର ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିବା ରସିଦ ଦେଖାଇ ପାଠ ପଢୁଛନ୍ତି। କିନ୍ତୁ ଜାତିଗତ ପ୍ରମାଣପତ୍ର ପାଇଁ ଗତ ଦୁଇମାସ ଧରି ସିନ୍ଧ୍ରିମାଳ ରାଜସ୍ବ ନିରୀକ୍ଷକ ଏବଂ ମାଲକାନଗିରି ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଥିଲେ ମଧ୍ୟ କୌଣସି ଲାଭ ହେଉନି। ଜାତିଗତ ପ୍ରମାଣପତ୍ର ମିଳୁ ନ ଥିବାରୁ ମାଓବାଦୀ ସଙ୍ଗଠନରେ ମିଶିବୁ ବୋଲି ଗ୍ରାମର ପଦଲାମ ଭୂମିଆ, ଯମୁନା ଖିଲ ଓ ସବିତା ହନ୍ତାଳ ଗଣମାଧ୍ୟମ ଆଗରେ କହିଛନ୍ତି। ଏ ନେଇ ମାଲକାନଗିରି ତହସିଲଦାର ଡା. ଗୁଣନିଧି ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, କେଉଁ କାରଣରୁ ସେମାନଙ୍କୁ ଜାତିଗତ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେଇଛି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। କୌଣସି ଛାତ୍ରୀଛାତ୍ରଙ୍କୁ ଜାତିଗତ ପ୍ରମାଣପତ୍ର ପାଇଁ ପାଠପଢାରୁ ବଞ୍ଚତ୍ତ କରାଯିବନି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ କଡ଼ରେ ପକୁଡ଼ି ବିକିଲେ ଯୁବକଂଗ୍ରେସ କର୍ମକର୍ତ୍ତା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ରରେ ପ୍ରଥମ ଥର ଭାଜପା ସରକାର ଆସିବା ପୂର୍ବରୁ ଦେଶରେ ୨ କୋଟି ବେକାର ଯୁବତୀଯୁବକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା...

ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ରୋଷେୟା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟରେ କାର୍ଯ୍ୟରତ...

ଓଡ଼ିଶାର ଜମି, ଜଙ୍ଗଲ, ବାଲି, ପାଣି ଉପରେ ଆନ୍ଧ୍ରର ନଜର

କାଶୀନଗର,୧୮ା୯(ଟି. କ୍ରିଷ୍ଣା ରାଓ):କାଶୀନଗର ଦେଇ ପ୍ରବାହିତ ବଂଶଧାରା, ଗୋଦାବରୀ ଓ ମହାନଦୀ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନଦୀ ଓଡ଼ିଶାର ରାୟଗଡ଼ା ଜିଲା ଅନ୍ତର୍ଗତ କଲ୍ୟାଣସିଂହପୁର ଓ...

ଫାଷ୍ଟ ଫୁଡ୍‌ ଦୋକାନ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଦ୍ମପୁର,୧୫ା୯(ପ୍ରଶାନ୍ତ କୁମାର କର): ରାୟଗଡ଼ା ଜିଲାର ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନରେ କାର୍ଯ୍ୟ କରୁଥିବା ଜଣେ କମଚାରୀ...

ରାସ୍ତା, ନେଟ୍‌ୱର୍କ ନ ଥିବା ଗାଁରେ ସୁଭଦ୍ରା ପଞ୍ଜୀକରଣ କଷ୍ଟକର

ରାୟଗଡ଼ା, ୧୩।୯(ଭାଗ୍ୟଶ୍ରୀ ମିଶ୍ର)-ବାଣିଜ୍ୟ, ପରିବହନ ଇସ୍ପାତ ଏବଂ ଖଣି ମନ୍ତ୍ରୀ ଗତ ୭ ତାରିଖରେ ରାୟଗଡ଼ା ଜିଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା...

ହାରିସ୍‌ଙ୍କ ପ୍ରଚାରରେ ଓଡ଼ିଆ ପୁଅ ସମୟ

ରାୟଗଡ଼ା,୧୩।୯(ଆଶିଷ ରଞ୍ଜନ ପଣ୍ଡା):ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ ସକ୍ରିୟ ଭୂମିକା ତୁଲାଉଛନ୍ତି। ସେ ଆମେରିକା ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ପାଇଁ...

ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ

ରାୟଗଡ଼ା,୧୨।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ ମହିଳାଙ୍କ ବେକରୁ ଚେନ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି। ତେବେ ବେକରେ...

ପ୍ରେମିକଙ୍କ ସହ ଫେରାର ଥିଲେ ଝିଅ, ବାହାକରିବାକୁ ଡାକି ଟାଙ୍ଗିଆରେ ହାଣିଦେଲେ ବାପା , ପରେ….

ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ପ୍ରେମିକଙ୍କୁ ଟାଙ୍ଗିଆରେ ହାଣି ମାରିଲେ ପ୍ରେମିକାଙ୍କ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ଥାନା ଅଞ୍ଚଳରେ। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri